ଆଜି ଭାରତ ୱେଷ୍ଟଇଣ୍ଡିଜ୍‌ ଶେଷ ଦିନିକିଆ, ଦୁଇ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ

ଥିରୁବନ୍ତପୁରମ୍‌(କେନ୍ଯୁଜ୍) : ଆଜି ଭାରତ ୱେଷ୍ଟଇଣ୍ଡିଜ୍‌ ଶେଷ ଦିନିକିଆ । ଥିରୁବନ୍ତପୁରମ୍‌ରେ ଖେଳାଯିବ ଶେଷ ମ୍ୟାଚ୍‌ । ୨-୧ରେ ସିରିଜ୍‌ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ । ତେଣୁ ଆଜିର ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଉଦ୍ୟମ କରିବ ବିରାଟ ବାହିନୀ । ଆଜିର ମ୍ୟାଚ୍‌ ଜିତିଲେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଲଗାତର ଅଷ୍ଟମ ସିରଜ୍‌ ବିଜୟୀ ହେବ ଭାରତ ।

India-vs-West-Indies-ODI-2018-IANS-60-784x441୨୦୦୬ ପରଠାରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ କ୍ରମାଗତ ୭ଟି ସିରିଜ୍‌ ଜିତିଛି । ସେପଟେ ୱେଷ୍ଟଇଣ୍ଡିଜ୍‌ ଆଜିର ମ୍ୟାଚ୍‌ ଜିତି ସିରିଜ୍‌ ୨-୨ରେ ବରାବର କରିବାକୁ ଉଦ୍ୟମ କରିବ । ପ୍ରଥମ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍‌ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ଟାଇ ରହିଥିଲା । ତୃତୀୟ ମ୍ୟାଚ୍‌ରେ ଇଣ୍ଡିଜ୍‌ ଭାରତକୁ ପରାସ୍ତ କରିଥିବା ବେଳେ ଚତୁର୍ଥ ମ୍ୟାଚ୍‌ ଜିତିଥିଲା ଭାରତ । ତେଣୁ ଆଜିର ମ୍ୟାଚ୍‌ ଦୁଇ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.