କାଲି ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ-ବାଂଲଦେଶ ଟକ୍କର, ଭାରୀ ପଡ଼ିବ କିଓ୍ଵି ଦଳ
ଚେନ୍ନାଇରେ ଖେଳାଯିବ ବିଶ୍ୱକପର ଏକାଦଶ ମ୍ୟାଚ୍ । ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ l
ଶୁକ୍ରବାର ଚେନ୍ନାଇରେ ଖେଳାଯିବ ବିଶ୍ୱକପର ଏକାଦଶ ମ୍ୟାଚ୍ । ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ l ଏହି ମ୍ୟାଚରେ କିଓ୍ଵି ଟିମ ଫେବାରାଇଟ l ଏହା ପଛର କାରଣ ହେଉଛି ଡେଭିଡ କନେଓ୍ଵ ଓ ମିଚେଲ ସାଣ୍ଟନର ଉଭୟଙ୍କ ଆଇପିଏଲ୍ ଅଭିଜ୍ଞାତା ରହିଛି l ଉଭୟେ ଚେନ୍ନାଇ ପାଇଁ ଖେଳି ସାରିଛନ୍ତି l ଆଉ ଦୁହେଁ ଭଲ ଫର୍ମ ଅଛନ୍ତି l ପୂର୍ଵ ଦୁଇଟି ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଛି ନ୍ୟୁଜିଲାଣ୍ଡ । ଯଦିଓ ଦଳକୁ ଆହୁରି ମ୍ୟାଚ୍ ଖେଳିବକୁ ଅଛି l ତଥାପି ସେମିଫାଇନାଲ ଦୌଡ଼ରେ ବେଶ୍ ଆଗୁଆ ଜଣାପଡୁଛି କିଓ୍ଵି ଟିମ୍ ।
ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚକୁ ଏକତରଫା ଭାବେ ଜିତିଥିଲା ଦଳ l ଗତଥର ଚାମ୍ପିଅନ୍ ତଥା ବର୍ଷ ସାରା ଖେଳି ଚାଲିଥିବା ଇଂଲିଶ ଦଳକୁ ଆରମ୍ଭରୁ ବଡ଼ ଝଟକା ଦେଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ନେଦରଲାଣ୍ଡସ ବିପକ୍ଷରେ ରେକର୍ଡ ପାର୍ଟନରସିପ ଦଳକୁ ସହଜ ବିଜୟ ଦେଇଥିଲେ l ଡେଭିଡ କନୱେ ଓ ଚର୍ଚାରେ ଥିବା ରଚିନ ରବୀନ୍ଦ୍ର ଉଭୟେ ଅପରାଜିତ ଶତକ ହାସଲ କରିଥିଲେ । ଏହା ସହିତ ଟୁର୍ନାମେଣ୍ଟର ଫେଭୋରାଇଟ ଦଳ ଭାବେ ବିପକ୍ଷ ଦଳଙ୍କୁ ଚେତାବନୀ ଦେଇଛି l
ଶୁକ୍ରବାର ମ୍ୟାଚରେ ଏହାର ପାଲା ଭାରି ଲାଗୁଛି । ଯଦି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରେ ତେବେ ବ୍ୟାଟର କନୱେ, ରଚିନ ରବୀନ୍ଦ୍ରନ, ଟମ ଲାଥମ, ଡାରିଲ ମିଚେଲ, ସାଣ୍ଟନର ଭଲ ସ୍କୋର କରିବେ ନିଶ୍ଚୟl ଆଉ ଯଦି ଦଳ ବୋଲିଂ କରେ ତେବେ ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ୍ ହେନରୀ ଘାତକ ସାଜିପାରନ୍ତି ବାଂଲାଦେଶ ପାଇଁ l କାହିଁକି ନା ଚୋନ୍ନଇ ପିଚ୍ରେ ପ୍ରଥମ ୬ରୁ ୮ ଓଭର ତିଷ୍ଠି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟଟି ଭଲରେ କଟିଗଲେ ସାଣ୍ଟନର ଓ ରଚିନ ରବୀନ୍ଦ୍ର ଫlଇଦା ଉଠାଇ ପାରିବେ ।
ସେପଟେ ବାଂଲାଦେଶ ଦୁଇଟି ମ୍ୟାଚ୍ରୁ ଗୋଟିକରେ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ପରାଜିତ ହୋଇଛି । ତେବେ ସାକିବଙ୍କ ଟିମ କିଛି ଓଲଟ ପାଲଟ କରିବାର ମଧ୍ୟ କ୍ଷମତା ରଖିଛି । ପୂର୍ବ ଦୁଇଟି ମ୍ୟାଚ୍କୁ ଦେଖିଲେ ଟିମ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହେଇଛି l ଅଧିନାୟକ ସକିବୁଲ ହସନଙ୍କ ଉପରେ ଚାପ ରହିଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଯଦିଓ ଦଳ ପାଇଁ ସେହେଉଛନ୍ତି ଟ୍ରମ୍ପ କାର୍ଡ l
ଦଳ ଚାହିଁବ ଉପରୁ ଲିଟନ ଦାସ, ହୋସେନ ସାନ୍ତୋ, ମେହେନଦି ହସନଙ୍କ ବ୍ୟାଟ୍୍ରୁ ରନ ବାହାରୁ l ବୋଲିଂରେ ଯଦିଓ ଦଳ ବାଲାନସ କିନ୍ତୁ ଇଂଲଣ୍ଡ ବିପକ୍ଷରେ କେବଳ ସକିବଙ୍କୁ ଛାଡି ଅନ୍ୟମାନେ ମହଙ୍ଗା ସାବ୍ୟସ୍ତ ହେଇଥିଲେ l ମୋଟାମୋଟି ଦେଖିଲେ ଚେନ୍ନାଇ ଟ୍ରାକ ବାଂଲାଦେଶ ପାଇଁ ଏତେ ସହଜ ମନେ ହେଉନାହିଁ l ସେପଟେ ଟପ୍ରେ ଥିବା କିଓ୍ଵି ଟିମ ତୃତୀୟ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ଜିତିଲେ ସେମିଫାଇନାଲ୍ ପଥ ଆହୁରି ଦୃଢ଼ କରିବ ।