ବୋଲିଂରେ ସରଓ୍ଵଟେଙ୍କ କମାଲ୍‌, ବିଦର୍ଭ ହାତରେ ପୁଣି ରଣଜୀ ଟ୍ରଫି

ନାଗପୁର : ବିଦର୍ଭ ପୁଣି ରଣଜୀ ଟ୍ରଫି ବଜାୟ ରଖିଛି । ଆଜି ସୌରାଷ୍ଟ୍ରକୁ ୭୮ ରନ୍‌ରେ ପରାଜିତ କରି ବିଦର୍ଭ ଟାଇଟଲ୍‌ ବଜାୟ ରଖିଛି । ବୋଲର୍‌ ଆଦିତ୍ୟ ସରଓ୍ଵଟେ ପ୍ରଥମ ଇନିଂସ୍‌ରେ ୫ ଓ ଦ୍ୱିତୀୟ ଇନିଂସ୍‌ରେ ୬ଟି ମୋଟ୍‌ ୧୧ଟି ଓ୍ଵିକେଟ୍‌ ଦଖଲ କରି ବିଦର୍ଭକୁ ବିଜୟୀ କରାଇଛନ୍ତି । ନାଗପୁର ଭିସିଏ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ବିଦର୍ଭ ପ୍ରଥମ ପାଳିରେ ୩୧୨ ରନ୍‌ କରିବା ପରେ ସୌରାଷ୍ଟ୍ର ୩୦୭ ରନ୍‌ କରିଥିଲା । ଦ୍ୱିତୀୟ ପାଳିରେ ବିଦର୍ଭ ୨୦୦ ରନ୍‌ କରିବା ପରେ ସୌରାଷ୍ଟ୍ର ଆଗରେ ୨୦୬ ରନ୍‌ର ବିଜୟଲକ୍ଷ୍ୟ ରହିଥିଲା । ତେବେ ସରଓ୍ଵଟେଙ୍କ ବୋଲିଂରେ ଧରାଶାୟୀ ହୋଇ ସୌରାଷ୍ଟ୍ର ଦଳ ମାତ୍ର ୧୦୭ ରନ୍‌ କାରି ପାରିଥିଲା ।

ସ୍କୋର : ବିଦର୍ଭ-୩୧୨ ଓ ୨୦୦ । ସୌରାଷ୍ଟ୍ର-୩୦୭ ଓ ୧୦୭ ।

ADITYA SARWATE
ଆଦିତ୍ୟ ସରଓ୍ଵଟେ : ୧୧/୧୫୭

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.