Below header

ଆଇସିସି କୋଭିଡ-19 ପ୍ରୋଟୋକଲ ଭାଙ୍ଗିଲେ ବିରାଟ, ଜାଣନ୍ତୁ ଫିଲଡିଂ କରୁ କରୁ କଣ କଲେ ଭୁଲ

ମୈଦାନରେ ଭୁଲ କଲେ ବିରାଟ । ଉଲଂଘନ କଲେ ଆଇସିସି ନିୟମ । ରୟାଲ ଚେଲେଞ୍ଜର୍ସ ବାଙ୍ଗାଲୋର ଟିମର କ୍ୟାପଟେନ ବିରାଟ କୋହଲି ଦିଲ୍ଲୀ ଡେୟାର ଡେଭିଲ୍ସ ବିପକ୍ଷ ଏକ ମ୍ୟାଚରେ ଵଲରେ ଲାଳ ଲଗାଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି ତରଫରୁ ଜାରି କରାଯାଇଥିବା କୋଭିଡ-19 ପ୍ରଟୋକଲର ଉଲ୍ଲଙ୍ଘନ କରିଛନ୍ତି । ସୋମବାର ଦୁବାଇ ଇନ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଦିଲ୍ଲୀ ବିପକ୍ଷ ଏହି ମ୍ୟାଚରେ କୋହଲି ଫିଲ୍ଡିଂଗ କରୁଥିବା ସମୟରେ ନିଜ ଆଡକୁ ଖୁବ ତୀବ୍ର ଗତିରେ ଆସୁଥିବା ଏକ ଵଲ ଉପରେ ନିଜ ପାଟିରୁ ଲାଲ କାଢି ଲଗାଇ ଦେଇଥିଲେ । ଦିଲ୍ଲୀ ଟିମ ବ୍ୟାଟିଙ୍ଗ କରୁଥିବା ସମୟରେ ତୃତୀୟ ଓଭରରେ ଏହି ଘଟଣାଟି ଘଟିଥିବା ଜଣାଯାଇଛି । ଏହି ସମୟରେ ବ୍ୟାଟିଙ୍ଗ କରୁଥିଲେ ଯୁବ ଖେବଲ୍ଲି ପୃଥ୍ଵୀ ଶ । କିନ୍ତୁ ତତକ୍ଷଣାତ କୋହଲି ନିଜ ଭୁଲ ବାବଦରେ ଅବଗତ ହୋଇଥିବା ବେଳେ ହାତ ଟେକି ନିଜ ଭୁଲ ସ୍ୱୀକାର କରିଛନ୍ତି ।

ଶ’ଙ୍କ ଦମଦାର ସଟ ଓ କୋହଲିଙ୍କ ଖେଳ ଆୟୋଜନର ପ୍ରଶଂସା କରିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ନିଜ ଟ୍ୱିଟର ହ୍ୟାଣ୍ଡଲରେ ସଚିନ ଲେଖିଛନ୍ତିକି, “ଶ ଏକ ଅବିଶ୍ୱାସନୀୟ ସଟ ଖେଳିଛନ୍ତି, ଵଲରେ ଲାଳ ଲଗାଇବା ପରେ କୋହଲିଙ୍କ ରିଆକ୍ସନ ଦେଖିବା ଭଳି ଥିଲା” । କହିରଖିବା ଉଚିତ ହେବକି, ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ ରବୀନ ଉଥପ୍ପା କୋଲକାତା ନାଇଟ ରାଇଡ଼ର୍ସ ନାଇଟ ରାଇଡ଼ର୍ସ ବିପକ୍ଷରେ ଏକ ମ୍ୟାଚ ସମୟରେ ଵଲରେ ଲାଲ ଲଗାଇବା ନେଇ ଅଭିଯୋଗ ଆସିଥିଲା । କହିରଖିବା ଉଚିତ ହେବକି, କୋଭିଡ ମହାମାରୀ କାରଣରୁ ଚଳିତ ବର୍ଷ ଜୁନ ମାସରେ ଵଲରେ ଲାଲ ଲଗାଇବା ଉପରେ ପ୍ରତିବନ୍ଧ ଲଗାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.