Below header

ଅଧିନାୟକ କୋହଲିଙ୍କୁ ବିରାଟ ଫାଇନ୍, ଆଇସିସି ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଫାଇନ । ଗତକାଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ପାଇଁ କୋହଲିଙ୍କୁ ଦଣ୍ଡିତ କରାଯାଇଛି । ଆଫଗାନିସ୍ତାନ ବ୍ୟାଟିଂ କରୁଥିବା ବେଳେ ବିରାଟ ମାତ୍ରାଧିକ ଅପିଲ କରିବା ସହ ଆଇସିସି ନିୟମ ଉଲ୍ଲଂଘନ କରିଥିବାର ଅଭିଯୋଗ ହୋଇଛି । ଫଳରେ ମ୍ୟାଚ ଫିସ୍ ୨୫ ପ୍ରତିଶତ ଜରିମାନା ଗଣିବେ ବିରାଟ ।

viratମ୍ୟାଚର ଦ୍ୱିତୀୟ ଇଂନିସର ୨୯ ତମ ଓଭରରେ କୋହଲି ଏଲବିଡବ୍ଲୁ ପାଇଁ ଅମ୍ପାୟାର ଅଲିମ ଦାରଙ୍କ ନିକଟରେ ବାରମ୍ବାର ଅପିଲ କରିଥିଲେ । ଧାରା ୨.୧ ଆଧାରରେ ମ୍ୟାଚ୍ ଉଲ୍ଲଂଘନ ଫିସର ୫୦% ପର୍ଯ୍ୟନ୍ତ ଜରିମାନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.