କୋହଲି ଏବଂ ଗମ୍ଭୀର ମଇଦାନରେ ଜୋରଦାର ମାରପିଟ୍‌, ଫ୍ୟାନ୍ସ ନେଉଛନ୍ତି ଭିଡିଓ ଗେମ୍‌ର ମଜା

ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ଝଗଡା ପରେ ତିଆରି ହୋଇଛିା ଅନଲାଇନ ଗେମ୍‌ । ଗେମ୍‌ ଡାଉନଲୋଡ କରି ମଜା ନେଉଛନ୍ତି ଫ୍ୟାନ୍ସ ।

ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟ ଝଗଡା ବିଷୟରେ କାହାକୁ ଅଛପା ନାହିଁ । ଏବେ ନୁହେଁ ଦୀର୍ଘ ୧୦ ବର୍ଷ ହେଲାଣି ଦୁହିଁଙ୍କର ମନମାଳିନ୍ୟ ରହିଛି । ପୁଣିଥରେ ଲକ୍ଷ୍ନୌର ଏକ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ୍‌ ସମୟରେ ଦୁହିଁଙ୍କର ଝଗଡା ହୋଇଥିଲା । ଏବେ ଏହାକୁ ନେଇ ବିବାଦ ବଢିବାରୁ ଜଣେ ଫ୍ୟାନ୍‌ ନିଜ କ୍ରିଏଟିଭିଟର ବ୍ୟବହାର କରି ଭିଡିଓ ଗେମ୍‌ ପ୍ରସ୍ତୁତ କରିଛନ୍ତି । ଏହି ଅନଲାଇନ ଗେମ୍‌ ବହୁତ ସହଜରେ ଉପଲବ୍ଧ । ଏହାକୁ ଯେକୌଣସି ବ୍ୟକ୍ତି ଖେଳିପାରିବେ ।

ଏହି ଗେମ୍‌ ୨ଡି ଗ୍ରାଫିକ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ଏଥିରେ ଖେଳିବା ପାଇଁ ଫ୍ୟାନଙ୍କୁ ବିରାଟ କିମ୍ବା ଗମ୍ଭୀର ଜଣକୁ ଚୟନ କରିବାକୁ ହେବ । ଏହାପରେ ଆପଣ ନିଜକୁ କ୍ରିକେଟ ମଇଦାନରେ ପାଇବେ । ଆପଣ ବ୍ୟାଟିଂ କରିବେ । ଏହି ଗେମ୍‌ରେ ପରସ୍ପରକୁ ବ୍ୟାଟରେ ପିଟିବାର କନସେପ୍ଟ ରହିଛି । ଏହାକୁ ତିଆରି କରିଥିବା ବ୍ୟକ୍ତି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ଅନେକ ଫ୍ୟାନ୍ସ ପ୍ରତିକ୍ରିୟା ଦେଉଛନ୍ତି ।

ସୂଚନାଯୋଗ୍ୟ, ମଇ ୧ ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନରେ ହରାଇଥିଲା । ଏହି ମ୍ୟାଚ ସରିବା ପରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିଲା । ଏଥିପାଇଁ ଦୁହିଁଙ୍କ ୧୦୦ ପ୍ରତିଶତ ମ୍ୟାଚ୍‌ ଫି କଟିଥିଲା । ଏହି ଘଟଣାରେ ଲକ୍ଷ୍ନୌର ବୋଲର ନବୀନ୍-ଉଲ୍-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଥିଲା। ମ୍ୟାଚ୍ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍ ଟାର୍ଗେଟ ଦେଇଥିଲା ବାଙ୍ଗାଲୋର । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।

ଏତିକି ବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ବିରାଟ-ଗମ୍ଭୀର ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଲକ୍ଷ୍ନୌ ଟିମର ଅମିତ ମିଶ୍ର ଓ ବେଙ୍ଗାଲରୁ ଟିମ୍ କ୍ୟାପଟେନ୍ ଡୁପ୍ଲେସିସ୍ ବିରାଟ-ଗମ୍ଭୀରଙ୍କୁ ଶାନ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.