ନିଜକୁ ଫିଟ୍‌ ରଖିବା ପାଇଁ ଖାଦ୍ୟକୁ ଓଜନ କରି ଖାଆନ୍ତି ବିରାଟ, ଅନୁଷ୍କା କହିଲେ ଏପରି କଥା

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜର ଫିଟନେସକୁ ନେଇ ସବୁବେଳେ ସିରିଅସ ଥାଆନ୍ତି। ନିଜକୁ ଫିଟ ରଖିବା ବିରାଟ ନିଜର ଡାଏଟ ଏବଂ ଓ୍ଵାର୍କ ଆଉଟରେ ସଂପୂର୍ଣ୍ଣ ଧ୍ୟାନ ରଖନ୍ତି। କରୋନା ମହାମାରୀ ଯୋଗୁଁ ସମସ୍ତ କ୍ରିକେଟ ଖେଳ ବନ୍ଦ ରହିଛି। ତେଣୁ ବିରାଟ ଅନୁଷ୍କାଙ୍କ ସହିତ ମୁମ୍ବାଇରେ ରହୁଛନ୍ତି।

ଲକଡାଉନ୍ ପିରିୟଡରେ ବିରୁଷ୍କା ଏକାଠି ଥିବାବେଳେ ରୋଷେଇ, ଫିଲ୍ମ ଦେଖିବା, ଫଟୋ ସେସନ୍ ପରି ନିଜ ପସନ୍ଦର କାମ ସବୁ କରୁଛନ୍ତି । ସେହି କ୍ୱାରେଣ୍ଟାଇନ୍ ଡାଏରୀକୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଅପଲୋଡ୍ ବି କରୁଛନ୍ତି । ଅନୁଷ୍କା ଏବେ ସେୟାର କରିଥିବା ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି ।

ସେଥିରୁ ସେମାନେ ଫିଟନେସ୍ ପ୍ରତି କେତେ ସଚେତନ ତାହା ଜାଣିବାକୁ ମିଳୁଛି । ଭିଡିଓରେ ଓଜନ ମେସିନ୍ରେ ଏକ ପାତ୍ରରେ କିଛି ଚୁଡ଼ାର ଆଇଟମ୍ ରଖାଯାଇଛି । ତାକୁ ୧୦୦ ଗ୍ରାମ୍ କରିବା ଲାଗି ସେଥିରୁ ଅଳ୍ପ ଅଳ୍ପ ବାହାର କରାଯାଉଥିବା ଦେଖିବାକୁ ମିଳୁଛି । ଇନ୍ଷ୍ଟାରେ ଏହାକୁ ସେୟାର କରିବା ସହ ବିରାଟଙ୍କୁ ଟ୍ୟାଗ୍ କରି ଅନୁଷ୍କା ଲେଖିଛନ୍ତି, ‘ଏହି ଘରେ ଲୋକେ ଖାଦ୍ୟକୁ ମାପି ଖାଆନ୍ତି ।’ ଅନୁଷ୍କାଙ୍କ ଏହି ଭିଡିଓକୁ ବହୁ ଲୋକେ ଲାଇକ୍ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.