ପତ୍ନୀଙ୍କୁ ଟ୍ରାକ୍‌ କରୁଥିବା ଆପ୍‌ର ବିଜ୍ଞାପନକୁ ବ୍ୟାନ୍‌ କଲା Google, ଆଉ କେହି କାହାର ଗତିବିଧି ଜାଣିପାରିବେନି

ଗୁଗଲ ନିଜ ବିଜ୍ଞାପନ ପଲିସିରେ କେତେକ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ପରେ ଆଗକୁ ଆପଣଙ୍କୁ ସ୍ୱାମୀଙ୍କ ଜାସୁସି କରିବା କିମ୍ବା ପତ୍ନୀଙ୍କ ଫୋନ୍‌ ଟ୍ରାକ୍‌ କରିବା ବିଜ୍ଞାପନ ଆଉ ଦେଖାଇବ ନାହିଁ। ଗୁଗଲ ଏକ ଘୋଷଣା କରି କହିଛି ଯେ କମ୍ପାନୀ ଏବେ ଏଭଳି ପ୍ରଡକ୍ଟ କିମ୍ବା ସର୍ଭିସକୁ ଆଡ୍‌ ସପୋର୍ଟ କରିବା ନାହିଁ ଯାହା ଅନ୍ୟ କାହାକୁ ଟ୍ରାକ୍‌ କିମ୍ବା ମନିଟର କରିପାରୁଥିବ। ଟେକ୍ସଟ ମେସେଜ୍‌, କଲ୍‌ ଓ ବ୍ରାଉଜିଂ ହିଷ୍ଟ୍ରି ମନିଟର କରୁଥିବା ଟୁଲ୍ସ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି।

Google reshuffles its leadership in Asia Pacific | TechCrunch

ଗୁଗଲ କହିଛି GPS ଟ୍ରାକ୍‌ କରି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ରଖୁଥିବା ଆପ୍‌ମାନଙ୍କ ବିଜ୍ଞାପନ ଏବେ ଗୁଗଲରେ ଦେଖାଇବ ନାହିଁ। ଏହି ତାଲିକାରେ ଅଡିଓ ରେକର୍ଡ, କ୍ୟାମେରା, ଭିଡିଓ କ୍ୟାମେରା ଓ ସ୍ପାଇ କ୍ୟାମେରା ରହିଛି।

ਗੂਗਲ ਨੇ ਬੈਨ ਕੀਤੇ ਪਤਨੀ ਨੂੰ ਟ੍ਰੈਕ ਕਰਨ ...

ଗୁଗଲର ସୂଚନା ମୁତାବକ ପିଲାଙ୍କ ସୁରକ୍ଷା ପାଇଁ ଅଭିଭାବକମାନେ ବ୍ୟବହାର କରୁଥିବା ପ୍ରାଇଭେଟ୍‌ ଇନ୍‌ଭେଷ୍ଟିଗେସନ୍‌ ସର୍ଭିସେଜ୍‌ ଓ ପ୍ରଡକ୍ଟର ବିଜ୍ଞାପନକୁ ବ୍ୟାନ୍‌ କରାଯିବ ନାହିଁ। ଗୁଗଲର ଏହି ‘ଇନ୍‌ବିଲିଂ ଡିସ୍‌ ଅନେଷ୍ଟ ପଲିସି’ ଅଗଷ୍ଟ ୧୧ରୁ ଲାଗୁ ହେବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.