ରାଜଧାନୀରେ ଅକ୍ସିଜେନ୍ କନସେନଟ୍ରେଟର ବ୍ୟାଙ୍କର ଶୁଭାରମ୍ଭ କଲେ ବୀରେନ୍ଦ୍ର ସେହବାଗ, ଲୋକଙ୍କୁ କଲେ ଖାସ୍ ଅପିଲ

ଭାରତୀୟ କ୍ରିକେଟ ଟିମର ପୂର୍ବ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହବାଗ୍ ଦିଲ୍ଲୀରେ ଏକ ଅକ୍ସିଜେନ୍ କନସେନଟ୍ରେଟର ବ୍ୟାଙ୍କ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଅସହାୟ ତଥା ଅକ୍ସିଜେନ୍ ଚାହୁଁଥିବା ଲୋକଙ୍କ ପାଖରେ ଅକ୍ସିଜେନ୍ ପହଞ୍ଚାଯାଇପାରିବ। ବୀରେନ୍ଦ୍ର ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ଲୋକଙ୍କୁ #RahatKiSaans ଯୋଗାଡ଼ କରିବାକୁ ଅପିଲ କରିଛନ୍ତି।

ସେ କହିଛନ୍ତି, କିଛି ଦିନ ତଳେ ମୋର ଜଣେ ବନ୍ଧୁଙ୍କୁ ଅକ୍ସିଜେନ୍ କନସେନଟ୍ରେଟର ଦରକାର ଥିଲା। ଆମେ ବହୁତ ଚେଷ୍ଟା କରିବା ପରେ ଦୀର୍ଘ ସମୟ ପରେ ଆମକୁ ଏକ ଅକ୍ସିଜେନ୍ କନସେନଟ୍ରେଟର ମିଳିପାରିଥିଲା। ଏହା ପରେ ଆମେ ନିଷ୍ପତ୍ତି ନେଇଥିଲୁ ଯେ ଅକ୍ସିଜେନ୍ କନସେନଟ୍ରେଟର ଦରକାର ଥିବା ରୋଗୀଙ୍କୁ ସାହାଯ୍ୟ କରିବୁ।

ସେ କହିଛନ୍ତି ଯେ ଏବେ ଅକ୍ସିଜେନ୍ କନସେନଟ୍ରେଟରର କଳାବଜାରୀ ଆରମ୍ଭ ହୋଇଛି। ୫୦ ହଜାର ଟଙ୍କାର ଅକ୍ସିଜେନ୍ କନସେନଟ୍ରେଟରକୁ ୨-୩ ଲକ୍ଷରେ ବିକ୍ରି କରାଯାଉଛି। ଏହା ବେଆଇନ। ଏହାକୁ ରୋକିବା ଜରୁରୀ ବୋଲି କହିଛନ୍ତି ସେହବାଗ୍।

ଏଥିସହ ବୀରେନ୍ଦ୍ର ସେହବାଗ ଏକ ହ୍ଵାଟ୍ସଆପ ନମ୍ବର (୯୦୨୪୩୩୩୨୨୨) ମଧ୍ୟ ସେୟାର କରିଛନ୍ତି। ଏହି ନମ୍ବର ମାଧ୍ୟମରେ ତାଙ୍କୁ ଅକ୍ସିଜେନ୍ ପାଇଁ ଯୋଗାଯୋଗ କରିପାରିବେ ବୋଲି କହିଛନ୍ତି ସେହବାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.