Below header

ଆଜି ବିଶ୍ୱକପ୍‌ ମ୍ୟାଚ୍‌ ବେଳେ ପଡ଼ିଆରେ ଅଚାନକ ତଳେ ଶୋଇ ପଡ଼ିଲେ ଦକ୍ଷିଣ ଆଫ୍ରିକା ଖେଳାଳି, କାହିଁକି ଜାଣନ୍ତୁ

ଲଣ୍ଡନ୍‌ : ଆଜି ଶ୍ରୀଲଙ୍କା-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ବେଳେ ପଡ଼ିଆରେ ଏକ ଅଘଟଣ ଘଟିଛି । ଟସ୍‌ ହାରି ଶ୍ରୀଲଙ୍କା ବ୍ୟାଟିଂ କରୁଥିବା ବେଳେ ଅଚାନକ ମହୁମାଛି ଦଳ ପଡ଼ିଆ ଭିତରକୁ ପଶି ଆସିଥିଲେ । ୪୮ତମ ଓଭର ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା । ତେଣୁ ଫିଲଡିଂ କରୁଥିବା ଦକ୍ଷିଣ ଆଫ୍ରିକା ଖେଳାଳି ଓ ଶ୍ରୀଲଙ୍କା ବ୍ୟାଟ୍‌ସମ୍ୟାନ୍‌ମାନେ ତୁରନ୍ତ ପଡ଼ିଆରେ ତଳେ ଶୋଇ ପଡ଼ିଥିଲେ । ମହୁମାଛି ଚାଲିଯିବା ପରେ ପୁଣି ଖେଳ ଆରମ୍ଭ ହୋଇଥିଲା । ଏହି ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.