ଦିନିକିଆ କ୍ରିକେଟରେ କିଏ କିଙ୍ଗ? ସଚିନ ନା ବିରାଟ , ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ

କେନ୍ୟୁଜ୍ : ଦିନିକିଆ କ୍ରିକେଟରେ କିଏ କିଙ୍ଗ? ସଚିନ ତେନ୍ଦୁଲକର ନା ବିରାଟ କୋହଲି? ବର୍ତ୍ତମାନ ସମୟରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ବର୍ତ୍ତମାନ କୋହଲି ସଚିନଙ୍କ ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଅନେକ ରେକର୍ଡର ସମକକ୍ଷ ହୋଇଛନ୍ତି। ଏପର‌୍ୟ୍ୟନ୍ତ ବିରାଟ କୋହଲି ଖେଳିଥିବା ୨୨୪ଟି ଦିନିକିଆରେ ଅନେକ କିର୍ତ୍ତୀମାନ କରିଛନ୍ତି। ଯାହାକି ୨୨୪ଟି ଦିନିକିଆରେ ସଚିନ କରି ପାରି ନଥିଲେ। ତେନ୍ଦୁଲକର ୨୨୪ଟି ଦିନିକିଆ ଖେଳି ୮ହଜାର ୩୫୦ ରନ୍‌ କରିଥିଲେ। ଆଭରେଜ୍‌ ଥିଲା ୪୨.୫ ଓ ଷ୍ଟ୍ରାଇକ୍‌ ରେଟ୍‌ ଥିଲା ୮୬.୪୫।

sachin-viratଏହା ଭିତରେ ରହିଥିଲା ୨୩ଟି ଶତକ ଓ ୪୪ଟି ଅର୍ଦ୍ଧଶତକ। କିନ୍ତୁ ସମାନ ୨୨୪ଟି ଦିନିକିଆ ଖେଳି କୋହଲି ଏହା ଭିତରେ ହାସଲ କରି ସାରିଛନ୍ତି ୧୦ ହଜାର ୬୮୬ ରନ୍‌। ସଚିନଙ୍କଠାରୁ ୨ହଜାରରୁ ଅଧିକ ରନ୍‌ ବ୍ୟାଟ୍‌ରୁ ବାହାର କରିଛନ୍ତି କୋହଲି। ୬୦.୦୩ ଆଭରେଟରେ ଷ୍ଟ୍ରାଇକ୍‌ ରେଟ୍‌ ରହିଛି ୯୧.୬୧। ୪୦ଟି ଶତକର ଅଧିକାରୀ କୋହଲି ୪୯ଟି ଅର୍ଦ୍ଧଶତକ ବି ନିଜ ନାଁରେ କରିଛନ୍ତି। ତେଣୁ କୋହଲିଙ୍କୁ କେହି କେହି କହିଲେଣି ଆଧୁନିକ କ୍ରିକେଟର ବାଦଶାହ। ରନ୍‌ ମେସିନ୍‌ ବି କହୁଛନ୍ତି।