ଭାରତ-ଇଂଲଣ୍ଡ ଟି-୨୦ ୪ର୍ଥ ମ୍ଯାଚରେ ଦୁଇଟି ଟୋପି ପିନ୍ଧି ଫିଲ୍ଡିଂ କରୁଥିଲେ ଇଂଲଣ୍ଡ ଅଧିନାୟକ ଇୟନ ମୋର୍ଗାନ, କିନ୍ତୁ କାରଣ କ’ଣ ?

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟି-ଟ୍ବେଣ୍ଟି ମ୍ୟାଚରେ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ଏହା ସହିତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୨ରେ ବରାବର କରିବାରେ ମଧ୍ୟ ସକ୍ଷମ ହୋଇଛି ଭାରତ । ୪ର୍ଥ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଇନିଂସକୁ ନେଇ ଚର୍ଚ୍ଚା ତ ହୋଇଥିଲା କିନ୍ତୁ ଇଂଲଣ୍ଡ ଅଧିନାୟକ ଇୟନ୍ ମୋର୍ଗାନ୍ ଏବେ ଚର୍ଚ୍ଚାରେ ।

ଏହି ମ୍ଯାଚରେ ଇଂଲଣ୍ଡ ଅଧିନାୟକ ଇୟନ ମୋର୍ଗାନ ୨ଟି ଟୋପି ପିନ୍ଧି ଫିଲ୍ଡିଂ କରୁଥିବାର ଦେଖିବାକୁ ମିଳିଥିଲା । କେବଳ ଚତୁର୍ଥ ମ୍ୟାଚରେ ନୁହେଁ ୩ୟ ମ୍ୟାଚରେ ମଧ୍ୟ ୨ଟି ଟୋପି ପିନ୍ଧି ଫିଲଡିଂ କରୁଥିଲେ ମୋର୍ଗାନ୍ । ତେବେ ସେ କାହିଁକି ଦୁଇ ଦୁଇଟି ଟୋପି ପିନ୍ଧି ଫିଲ୍ଡିଂ କରୁଥିଲେ ତାହା ଏବେ କ୍ରିକେଟ୍ ପ୍ରଶଂସକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମୋର୍ଗାନ୍ ଏପରି କରିବା ପଛରେ ICCର କରୋନା ଗାଇଡଲାଇନ୍ ରହିଛି । ICCର କରୋନା ଗାଇଡ୍ଲାଇନ୍ ଅନୁଯାୟୀ ଖେଳାଳି ଏବଂ ଅମ୍ପାୟାରଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ । ଏଥିପାଇଁ ଖେଳାଳିମାନେ ନିଜର କୌଣସି ଉପକରଣ ଯେପରିକି ଟୋପି, ଚଷମା ଅମ୍ପାୟାରଙ୍କୁ ଦେଇପାରିବେ ନାହିଁ । ସେଥିପାଇଁ ମୋର୍ଗାନ୍ ୨ଟି କ୍ୟାପ୍ ପିନ୍ଧି ପଡିଆରେ ନଜର ଆସନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.