ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଏବଂ ରାଜୀବ ଶୁକ୍ଲାଙ୍କ ନାମରେ ସାଙ୍ଘାତିକ ଅଭିଯୋଗ, ଥାନାରେ ମାମଲା ଦାଏର କଲେ ଦାଉଦର ସହଯୋଗୀଙ୍କ ପତ୍ନୀ

ଅଣ୍ଡରଓ୍ଵାଲର୍ଡ ଡନ୍‌ ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭଟ୍ଟିଙ୍କ ନାମରେ ସ୍ତ୍ରୀ ରେହନୁମା ମୁମ୍ବାଇ ପୋଲିସ ଆଗରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ରେହନୁମାଙ୍କ କହିବାନୁଯାୟୀ, ତାଙ୍କ ସ୍ୱାମୀ ରିୟାଜ ହାଇପ୍ରୋଫାଇଲ ସେକ୍ସ ରାକେଟ୍‌ ଚଲାଉଛନ୍ତି। ଆଉ ସ୍ୱାମୀ ରିୟାଜ ତାଙ୍କୁ ଦୁଷ୍କର୍ମ, ଯୌନ ନିର୍ଯାତନା, ଦୁଷ୍କର୍ମ ଓ ସେକ୍ସ ରାକେଟରେ ଲଗାଉଥିଲେ । ଏପରିକି ତାଙ୍କୁ ଗ୍ରାହକଙ୍କ ସହ ରାତି କଟାଇବାକୁ ବାଧ୍ୟ କରୁଥିବା ସେ କହିଛନ୍ତି । ଏଥିରେ ବିସିସିଆଇ ଓ ଖେଳାଳିଙ୍କ ଲିଙ୍କ୍ ଥିବା କଥାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ପୂର୍ବତନ ବୋଲର ମୁନାଫ ପଟେଲ ଏବଂ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ରାଜୀବ ଶୁକ୍ଲା ଏବଂ ପୃଥ୍ଵୀରାଜ କୋଠାରୀଙ୍କ ନାମରେ ମଧ୍ୟ ଅଭିଯୋଗ କରିଛନ୍ତି ରିୟାଜଙ୍କ ପତ୍ନୀ।

ସେ ନିଜ ଅଭିଯୋଗ ପତ୍ରରେ କହିଛନ୍ତି ଯେ, ଏକ ହୋଟେଲ୍‌ରେ ତାଙ୍କୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ୍‌ ଏବଂ ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ଦୁଷ୍କର୍ମ କରିଥିଲେ । ସ୍ୱାମୀ ରିୟାଜ ତାଙ୍କୁ ବ୍ୟାବସାୟିକ ସ୍ୱାର୍ଥ ପାଇଁ ବିଭିନ୍ନ ସହଯୋଗୀଙ୍କ ସହ ରାତି କଟାଇବାକୁ ବାଧ୍ୟ କରୁଥିଲେ । ରେହନୁମା ପୂର୍ବରୁ ଏହା ବିରୋଧରେ ଅଭିଯୋଗ କରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯାଉନଥିଲା ବୋଲି ସେ କହିଛନ୍ତି। ଗତ ସେପ୍ଟେମ୍ବରରେ ସେ ଏନେଇ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ସମିତ ଠକ୍କର ନାମକ ଜଣେ ଯୁବକ ସୋସିଆଲ ମିଡିଆରେ ଅଭିଯୋଗକୁ ସେୟାର୍ କରିବା ପରେ ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି।

ଏତତ୍ ବ୍ୟତୀତ ରେହନୁମା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସେ ୧୫ ବର୍ଷ ବୟସରେ ରିୟାଜଙ୍କୁ ବିବାହ କରିଥିଲେ । ବିବାହ ପାଇଁ ସେ ତାଙ୍କ ମାଆଙ୍କୁ ହତ୍ୟା ଧମକ ଦେଇଥିଲେ । ବିବାହ ପରେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ମଧ୍ୟ ହେଉଥିଲେ । ଏପରିକି ଅନ୍ୟ ବିଜନେସ୍ ପାର୍ଟନରଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଉଥିଲେ ରିୟାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.