ଫୁଟବଲ ମଇଦାନରେ ଖେଳାଳିଙ୍କ ମୁଣ୍ଡରୁ ଖସିଲା ହିଜାବ, ସୁରକ୍ଷା ଦେଲେ ବିପକ୍ଷ ଖେଳାଳୀ, ଭିଡିଓ ଭାଇରାଲ

ଜର୍ଡିନରେ ଏକ ମହିଳା ଫୁଟବଲ ମ୍ୟାଚର ଏକ ଭିଜୁଆଲ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ସମସ୍ତଙ୍କ ମୁହଁରେ ହସ ଆସିଯିବ।  ମୌଦାନରେ ଫୁଟବଲକୁ ଗୋଇଠା ମାରି ଦୌଡୁଥିବା ବେଳେ ଜଣେ ମହିଳା ଖେଳାଳିଙ୍କର ହିଜାବ ଖସି ଯାଇଥିଲା। ଯାହା ଫଳରେ ମହିଳା ଜଣକ ଆଉ ଦୌଡି ପାରିଲେ ନାହିଁ ଓ ଗୋଟିଏ ଯାଗାରେ ମୂଣ୍ଡ ତଳକୁକରି ଛିଡା ହୋଇ ରହିଗଲେ । ଏହାକୁ ଦେଖି ବିପକ୍ଷ ଦଳର ଖେଳାଳୀ ମାନେ ସେହି ମହିଳା ଖେଳାଳୀଙ୍କୁ ଘେରି ତାଙ୍କ ହିଜାବକୁ ଠିକ କରିବାକୁ ସାହାଯ୍ୟ କରିଥିଲେ ।  ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।