ଅନୁଗୁଳ: ସାପ ଛୁଆ ଖେଳୁଥିବା ଦେଖି ପୂଜାର୍ଚ୍ଚନା କଲେ ଲୋକେ, କହିଲେ ସାପ ରୂପରେ ଠାକୁର ଆବିର୍ଭାବ ହୋଇଛନ୍ତି

ଅନୁଗୁଳ(କେନ୍ୟୁଜ୍): ଠାକୁର ବେଶରେ ଆସିଛନ୍ତି ନାଗ ନାଗୁଣୀ । ଶ୍ରଦ୍ଧା, ଭକ୍ତିର ସହ ପୂଜା କରୁଛନ୍ତି ଲୋକେ । ଧୂପଦୀପ ଦେଇ ପୂଜାର୍ଚ୍ଚନା ସହ କ୍ଷୀର ଦେଇ ସାପ ଛୁଆକୁ କରୁଛନ୍ତି ସନ୍ତୁଷ୍ଟ । ଅନୁଗୁଳ ତାଳଚେର ୧୦ ନଂ ୱାର୍ଡର ଡମ ସାହିରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଯସ୍ମୀନ ବେହେରାଙ୍କ ଘରେ ପାଣି କଂସାରେ ଦୁଇଟି ସାପ ଛୁଆ ଖେଳୁଥିବା ଦେଖିବାକୁ ମିଳିଥିଲା ।

snake

ଏହାକୁ ଦେଖି ଠାକୁର ନାଗ ନାଗୁଣୀ ବେଶରେ ଆସିଥିବା ଭାବି ପୂଜାର୍ଚ୍ଚନା କରାଯାଇଥିଲା । ସାପ ରୂପୀ ଠାକୁର ଦେଖିବାକୁ ତାଙ୍କ ଘରେ ଲାଗିଥିଲା ପ୍ରବଳ ଭିଡ଼ । ଯସ୍ମୀନଙ୍କ କହିବା କଥା ତାଙ୍କ ପୂର୍ବ ପୁରୁଷ ଠାକୁର ପୂଜା କରୁଥିଲେ । ଏବେ ସେମାନେ ଠାକୁର ପୂଜା ଛାଡ଼ି ଦେଇଥିବାରୁ ପୁଣି ପୂଜା କରିବାକୁ ଠାକୁର ନିଜେ ଉଭା ହୋଇ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ତେଣୁ ଏଠାରେ ମନ୍ଦିର ନିର୍ମାଣ କରିବେ ବୋଲି କହିଛନ୍ତି ଯସ୍ମୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.