Below header

ବାପା ହେବେ ଯୁବରାଜ !

ଏକଦା ଟିମ୍‌ ଇଣ୍ଡିଆର ସେ ଥିଲେ ଫାୟାରବ୍ରାଣ୍ଡ ଅଲରାଉଣ୍ଡର । ପଡ଼ିଆକୁ ଆସିଲେ ଦର୍ଶକ ତାଙ୍କ ଠାରୁ ଚାହାନ୍ତି ଛକ୍କା ମାଡ଼ । ପୁଣି ହ୍ୟାଣ୍ଡସମ୍‌ ଏମିତି ଯେ ନାଁ ଟି ବି ତାଙ୍କୁ ପୂରା ସୁଟ୍‌ କରୁଛି, ଯୁବରାଜ ସିଂହ । ଯୁବରାଜ ଏବେ ଦଳରେ ନାହାନ୍ତି । ରଣଜୀ ଟ୍ରଫିରେ ବି ଖେଳୁ ନାହାନ୍ତି । କେବଳ ଆଇପିଏଲ୍‌ରେ ଅଛନ୍ତି । ତଥାପି ଚର୍ଚ୍ଚାରେ ଅଛନ୍ତି ଯୁବି । ଏଥିର ଏକ ଅନ୍ୟ କାରଣରୁ । ଯୁବରାଜ ବାପା ହେବାକୁ ଯାଉଛନ୍ତି । ତାଙ୍କ ପତ୍ନୀ ହାଜେଲ କିଚ୍‌ ଏବେ ଗର୍ଭବତୀ । ଏକଥା ଇଶା ଅମ୍ବାନୀଙ୍କ ବାହାଘର ବେଳେ ଜଣାପଡ଼ିଥିଲା । ଏହି ସେଲିବ୍ରିଟି ପତି ପତ୍ନୀ ବାହାଘରରେ ସ୍ପେସାଲ ଗେଷ୍ଟ ଥିଲେ ।
ଗତ ଡିସେମ୍ବର ୧୨ ତାରିଖ ଥିଲା ଯୁବରାଜଙ୍କ ଜନ୍ମଦିନ । ସେ ୩୭ ବର୍ଷରେ ପଦାର୍ପଣ କରିଛନ୍ତି । ସେହି ଦିନ ପତ୍ନୀ ହାଜେଲ୍‌ ଏକ ସୁନ୍ଦର ବାର୍ତ୍ତା ଦେଇ ଏ ବିଷୟରେ ପରୋକ୍ଷରେ ଲେଖିଛନ୍ତି । ‘ମୋ ଜୀବନକୁ ତୁମେ ସ୍ୱୟଂସମ୍ପୂର୍ଣ୍ଣ କରିଦେଲ’ ।

ହାଜେଲ କିଏ ଜାଣନ୍ତି କି ?

HARYY POTTERହାଜେଲ କିଚ୍‌ କିଏ ? ତାଙ୍କୁ ଯୁବରାଜ କେଭଳି ବିବାହ କଲେ ଏ ବିଷୟରେ ଅନେକ ଜାଣି ନଥିବେ । ଆମେ ଏଠି କହି ଦେଉଛୁ ଯେ ଯୁବରାଜ ଜଣେ ଷ୍ଟାର୍‌ କ୍ରିକେଟ୍‌ ଖେଳାଳି ଓ ହାଜେଲ ହେଉଛନ୍ତି ହଲିଉଡ୍‌ ଅଭିନେତ୍ରୀ । ଅବଶ୍ୟ ଏବେ ଆଉ ସେ ଅଭିନୟ କରୁ ନାହାନ୍ତି । ହେଲେ ଯେତେବେଳେ କରୁଥିଲେ ସେତେବେଳେ ସମସ୍ତଙ୍କ ମନ ଜିଣି ନେଇଥିଲେ । ଶିଶୁ କଳାକାର ଭାବେ ଏବେବି କେହି ଭୁଲି ନଥିବେ ‘ହ୍ୟାରୀ ପୋଟର’ ସିରିଜ୍‌କୁ । ହ୍ୟାରୀ ପୋଟରଙ୍କ ସହ ଯେଉଁ ଝିଅଟି ମୁଖ୍ୟ ଭୂମିକାରେ ଥିଲେ ସେ ହେଉଛନ୍ତି ହାଜେଲ୍‌ କିଚ୍‌ ।  ଯୁବରାଜଙ୍କ ସହ ପ୍ରେମ ବିବାହ କରିଛନ୍ତି ହାଜେଲ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.