୯୦ % ଲୋକ ଜାଣି ନାହାଁନ୍ତି ୨୦ ଟଙ୍କିଆ ନୋଟ୍ ପଛରେ ଥିବା ଏହି ଚିତ୍ରର ରହସ୍ୟ , ଆପଣ ଜାଣିଛନ୍ତି କି ??

କଣ ଏବେ ଆପଣଙ୍କ ପର୍ସରେ ୨୦ ଟଙ୍କିଆ ନୋଟ୍ ଅଛି ? ଯଦି ହଁ ତେବେ ତାକୁ ପର୍ସରୁ ବାହାର କରି ଟିକେ ଦେଖନ୍ତୁ । ଖାସ୍ କରି ନୋଟର ପଛ ପଟରେ ଥିବା ଚିତ୍ରକୁ ଭଲ ଭାବରେ ଦେଖନ୍ତୁ । ତେବେ ଏହି ଚିତ୍ରଟି ଆପଣ ଆଗରୁ ବି ଦେଖିଥିବେ ।

ହେଲେ କେବେ ଚିନ୍ତା କରିଛନ୍ତି ଏହି ଚିତ୍ରଟି କାହାର । ଏହା ହେଉଛି ଏକ ଦୀପର ଚିତ୍ର । ଆଣ୍ଡାମାନ ଏବଂ ନିକୋବରର ୩୦୦ ଦୀପ ମାନଙ୍କ ମଧ୍ୟରୁ ଏହା ଗୋଟିଏ । ଏହି ଫଟୋଟି ମାଉଣ୍ଟ ହାରିଏଟ୍ର ଯାହା ଆଣ୍ଡାମାନର ତୃତୀୟ ସବୁଠାରୁ ଉଚ୍ଚ ଶିଖର ।

ଏବେ ଜାଣନ୍ତୁ ୨୦ ଟଙ୍କିଆ ନୋଟର ରଙ୍ଗ୍ ପିଙ୍କ୍ କାହିଁକି :

rupees 20 noteଏହି ୨୦ ଟଙ୍କିଆ ନୋଟର ରଙ୍ଗ ଗୋଲାପି ହେବା ପଛର ଯେଉଁ କାହାଣୀ ରହିଛି ତାହା ଇନ୍ଦିରା ଗାନ୍ଧୀଙ୍କ ସହ ଜଡିତ । ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ୨୦ ଟଙ୍କିଆ ନୋଟ୍ ଜାରି କରିବା ପାଇଁ ଏକ ବୈଠକ ଡାକିଥିଲେ ଇନ୍ଦିରା ଗାନ୍ଧୀ । ଯେଉଁଥିରେ ଏହି ନୋଟର ରଙ୍ଗ କଣ ରହିବ ନିଷ୍ପତ୍ତି ନିଆଯିବାର ଥିଲା । ଏହି ବୈଠକରେ ସାମିଲ୍ ଥିଲେ ମହରାଷ୍ଟ୍ରର ତତ୍କାଳୀନ ମୁ୍ଖ୍ୟ ସଚିବ ପି ଡି କାସବେକର ।

ଅନେକ ସମୟ ଆଲୋଚନା ପରେ ମଧ୍ୟ ନୋଟର ରଙ୍ଗ ସ୍ଥିର ହୋଇ ପାରୁନଥିଲା । ତେବେ କିଛି ସମୟ ପରେ ଇନ୍ଦିରା ଗାନ୍ଧୀଙ୍କ ନଜର କାସବେକରଙ୍କ ପକେଟରେ ପଡିଲା । ଅନେକ ସମୟ ସେ ତାଙ୍କ ପକେଟରେ ଥିବା ଲଫାଫାକୁ ଦେଖି ରହିଲେ । କିଛି ସମୟ ପରେ ଲଫାଫା ଆଡକୁ ଇଶାରା କରି ଇନ୍ଦିରା ଗାନ୍ଧୀ କହିଲେ ମତେ ଏ ରଙ୍ଗ ପସନ୍ଦ । ୨୦ ଟଙ୍କିଆ ନୋଟର ରଙ୍ଗ ଏପରି ହେବା ଦରକାର । ଶୁଣି ଆଶ୍ଚର‌୍ୟ୍ୟ ହେବେ ସେ ଲଫାଫା ଏକ ବିବାହ କାର୍ଡ ଥିଲା । ସ୍ବାଧୀନତା ପରେ ୧ ଜୁନ୍ ୧୯୭୨ରେ ପ୍ରଥମ ଥର ଏହି ଗୋଲାପି ରଙ୍ଗର ୨୦ ଟଙ୍କିଆ ନୋଟ୍ ଛପା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.