ଜୀବନର ସର୍ବଶ୍ରେଷ୍ଠ ମ୍ୟାଚ୍ ଖେଳିଲେ ସାଇନା, ୧୬ରେ ହୋଇଥାନ୍ତେ କିନ୍ତୁ ହଠାତ୍ ଆଜି ବାହା ହୋଇଗଲେ ସଟଲର୍ କୁଇନ

ଚାଲିଛି ବିବାହ ଋତୁ । ଦୀପବୀର୍, ପ୍ରିୟଙ୍କା – ନିକ୍, କପିଲ୍ – ଗିନି, ଏବଂ ଇଶା ଅମ୍ବାନୀଙ୍କର ଚଳିତ ଡିସେମ୍ବରରେ ଶେଷ ହୋଇଛି ବିବାହ । ତେବେ ଏହି ତାଲିକାରେ ସାମିଲ୍ ହୋଇଛି ଆଉ ଜଣେ ସେଲିବ୍ରିଟିଙ୍କ ନାଁ । ସେ ହେଉଛନ୍ତି ସଟଲର୍ କୁଇନ୍ ସାଇନା ନେହୱାଲ୍ । ଭାରତର ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ପାରୁପଲ୍ଲୀ କଶ୍ୟପଙ୍କୁ ଜୀବନସାଥୀ କରିଛନ୍ତି ସାଇନା ।

ଆଜି ମୁମ୍ବାଇରେ ସାଇନା ଏବଂ ପାରୁପଲ୍ଲୀ ବିବାହ କରିଛନ୍ତି । ବିବାହ ପରେ ସାଇନା ଏକ ଫଟୋ ଟୁଇଟରରେ ସେୟାର୍ କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ଏହା ହେଉଛି ମୋ ଜୀବନର ସର୍ବଶ୍ରେଷ୍ଠ ମ୍ୟାଚ୍

ସୂଚନାଯୋଗ୍ୟ ଉଭୟଙ୍କର ୧୬ ଡିସେମ୍ବରରେ ଧୁମଧାମରେ ବିବାହ ହେବାର ଥିଲା । ଏବଂ ୨୧ ତାରିଖରେ ଭବ୍ୟ ସମାରୋହରେ ହେବାର ଥିଲା ରିସେପସନ୍ । କିନ୍ତୁ ହଠାତ୍ ଆଜି ଅତ୍ୟନ୍ତ ନିରାଡମ୍ବର ଭାବେ ବିବାହ କରି ସମସ୍ତଙ୍କୁ କରି ଚକିତ କରିଦେଇଛନ୍ତି ।

sainaଉଭୟ ସାଇନା ଏବଂ କଶ୍ୟପ୍ ହାଇଦ୍ରାବାଦରେ ରୁହନ୍ତି । ୨୦୦୫ରେ ଉଭୟଙ୍କ ସାକ୍ଷାତ ହୋଇଥିଲା ଯେତେବେଳେ ପି ଗୋପିଚାନ୍ଦ ଟ୍ରେନିଙ୍ଗ୍ ଦେବା ଆରମ୍ଭ କରିଥିଲେ । ପ୍ରାୟ ୧୦ ବର୍ଷ ହେବ ସେମାନଙ୍କ ମଧ୍ୟରେ ସମ୍ପର୍କ ଅଛି । ସାଇନା ୨୦ଟି ବଡ଼ ଟାଇଟେଲ୍ ଜିତି ଯେଉଁଠି ଭାରତୀୟ ବ୍ୟାଡମିଣ୍ଟନର ସୁପରଷ୍ଟାର୍ ହୋଇଯାଇଛନ୍ତି ସେଠି କଶ୍ୟପ୍ ମଧ୍ୟ ବେଶ୍ ଭଲ ପ୍ରଦର୍ଶନ କରୁଛନ୍ତି । ସାଇନା ଏବଂ କଶ୍ୟପଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ଉଭୟ ଏନେଇ କେବେ ମୁହଁ ଖୋଲି ନଥିଲେ ।

ପାରୁପଲ୍ଲୀ କଶ୍ୟପଙ୍କ ଗଣନା ଦେଶର ସର୍ବଶ୍ରେଷ୍ଠ ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳିଙ୍କ ମଧ୍ୟରେ ହୋଇଥାଏ । ୨୦୧୪ କମନୱେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ କଶ୍ୟପ । ଏହା ପରେ ଅଷ୍ଟ୍ରିଆ ଓପନ୍ ଭଳି ଅନେକ ଟୁର୍ଣ୍ଣାମେଂଟ୍ ନିଜର ପ୍ରତିଭା ଦେଖାଇଛନ୍ତି କଶ୍ୟପ । ବିଶ୍ବ ରାଙ୍କିଙ୍ଗରେ ୫୭ ନମ୍ବରରେ ଅଛନ୍ତି ୩୨ ବର୍ଷୀୟ କଶ୍ୟପ୍ । ଗୋଟିଏ ସମୟ ଥିଲା ବିଶ୍ବର ୬ଷ୍ଠ ସ୍ଥାନରେ ଥିଲେ କଶ୍ୟପ । କିନ୍ତୁ ଆଘାତ ଯୋଗୁଁ କିଛି ଦିନ ବିଶ୍ରାମ ନେଇଥିଲେ । ଯାହା ଫଳରେ ରାଙ୍କିଙ୍ଗରେ ତଳକୁ ଖସିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.