WTC ଫାଇନାଲ: ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସ ଆରମ୍ଭରୁ ଶୋଇପଡିଲେ ଲାବୁଶେନ, ୱାର୍ଣ୍ଣରଙ୍କ ୱିକେଟ ଯିବା ପରେ ଖୋଲିଲା ଆଖି, ଭିଡିଓ ଭାଇରଲ

WTC ଫାଇନାଲ ମ୍ୟାଚରେ ଟିମ୍ ବ୍ୟାଟିଂ କରିବା ସମୟରେ ଶୋଇପଡିଲେ ଅଷ୍ଟ୍ରେଲିଆ ଖେଳାଳି ମାର୍ନସ ଲାବୁଶେନ୍ । ଅଷ୍ଟ୍ରେଲିଆ ଟିମର ଦ୍ବିତୀୟ ଇନିଂସ ସମୟରେ ଶୋଇପଡିଥିଲେ ଲାବୁଶେନ । ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବା ପାଇଁ ବାଲକୋନୀରେ ଚେୟାରରେ ବସି ଖେଳ ଦେଖୁଥିବା ସମୟରେ ଶୋଇପଡିଥିଲେ ଲାବୁଶେନ ।

WTC ଫାଇନାଲ ମ୍ୟାଚରେ ଟିମ୍ ବ୍ୟାଟିଂ କରିବା ସମୟରେ ଶୋଇପଡିଲେ ଅଷ୍ଟ୍ରେଲିଆ ଖେଳାଳି ମାର୍ନସ ଲାବୁଶେନ୍ । ଅଷ୍ଟ୍ରେଲିଆ ଟିମର ଦ୍ବିତୀୟ ଇନିଂସ ସମୟରେ ଶୋଇପଡିଥିଲେ ଲାବୁଶେନ । ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବା ପାଇଁ ବାଲକୋନୀରେ ଚେୟାରରେ ବସି ଖେଳ ଦେଖୁଥିବା ସମୟରେ ଶୋଇପଡିଥିଲେ ଲାବୁଶେନ । ଯାହାର ଭିଡିଓ ଭାଇରଲ ହେଉଛି ।

ଇଂଲଣ୍ଡର ଓଭାଲରେ ଚାଲିଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚରେ ପ୍ରଥମ ଇନିଂସରେ ୪୬୯ ରନ୍ କରିଥିଲା । ତା’ ପରେ ଟିମ୍ ଇଣ୍ଡିଆ ଇନିଂସ ଆରମ୍ଭ କରିଥିଲା। ହେଲେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୬୯ ରନ୍ କରି ଅଲଆଉଟ ହୋଇଯାଇଥିଲା । ଫଳରେ ତୃତୀୟ ଦିନରେ ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲା ।

ଅଷ୍ଟ୍ରେଲିଆ ବ୍ୟାଟିଂ କରିବାର ୪ର୍ଥ ଓଭରରେ ମହମ୍ମଦ ସିରାଜ ପ୍ରଥମ ସଫଳତା ଦେଇଥିଲେ । ସିରାଜ ଏହି ଓଭରର ତୃତୀୟ ବଲରେ ଡେଭିଡ ୱାର୍ଣ୍ଣର ଆଉଟ୍ ହୋଇଥିଲେ । ସେତବେଳେ ତୃତୀୟ ସ୍ଥାନରେ ମାର୍ନସ ଲାବୁଶେନ ବ୍ୟାଟିଂ କରିବାର ଆସିବାର ଥିଲା । କିନ୍ତୁ ଲାବୁଶେନ ଡ୍ରେସିଂ ରୁମର ବାଲକୋନୀରେ ଚେୟାର ପକାଇ ଶୋଇପଡିଥିଲେ । ଷ୍ଟାଡିୟମରେ ଲାଗିଥିବା ହର୍ନ ବାଜିବାରୁ ହଠାତ୍ ଲାବୁଶେନଙ୍କ ନିଦ ଭାଙ୍ଗିଥିଲା ଆଉ ତରବର ହୋଇ ପ୍ୟାଡ୍‌ ପିନ୍ଧି ବ୍ୟାଟିଂ କରିବାକୁ ଆସିଥିଲେ ।

ଲାବୁଶେନ ନିଦରୁ ଉଠି ବ୍ୟାଟିଂ ପାଇଁ ପ୍ରସ୍ତୁତ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଟ୍ବିଟର ୟୁଜର୍ସ ନୁହେଁ କମେଣ୍ଟେଣ୍ଟର ମଧ୍ୟ ଲାବୁଶେନଙ୍କ ଏଭଳି ଅନ୍ଦାଜର ମଜା ନେଇଥିଲେ ।

ସୂଚନାଯୋଗ୍ୟ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲରେ ଖେଳାଯାଉଛି ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ । ତୃତୀୟ ଦିନ ଖେଳ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସ ବ୍ୟାଟିଂ କରି ୧୭୩ ରନରେ ଆଗୁଆ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.