ଚଢା ଦରରେ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ : ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଦିନକୁ ଦିନ ଦେଶରେ ବଢିଚାଲିଥିବା ଦର ଦାମ୍ । ଡାଲିଠୁ ଆରମ୍ଭ କରି ଖାଇବା ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ଭୁବନେଶ୍ୱର (କେନ୍ୟୁଜ): ଦିନକୁ ଦିନ ଦେଶରେ ବଢିଚାଲିଥିବା ଦର ଦାମ୍ । ଡାଲିଠୁ ଆରମ୍ଭ କରି ଖାଇବା ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ଦରଦାମ ବୃଦ୍ଧି ହୁହୁ ହୋଇ ବଢୁଛି ସେଥିପାଇଁ କେନ୍ଦ୍ର ସରକାର ଦାୟୀ। ଡାଲି,ତେଲ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀର ବୃଦ୍ଧି ହେଉଛି। ଏହାକୁ ଆୟତ୍ତ ରେ ରଖିବା ପାଇଁ ଦିଲ୍ଲୀରେ ଥିବା ସରକାରଙ୍କ ଦାୟିତ୍ଵ । ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ରହିଛି । ଟ୍ରାନ୍ସପୋର୍ଟଙ୍ଗୀ କଷ୍ଟ ଓ ତେଲ ରେଟ ବୃଦ୍ଧି ହେବାରେ ଲାଗିଛି । ଆମେ ପୁରାପୁରି ସଚେତନ ଅଛୁ। କିଏ ଯଦି ଚଢ଼ା ଦରରେ ବିକ୍ରି କରୁଥାନ୍ତି ତାଙ୍କୁ ଧରିବା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ତତ୍ପର ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.