WTC ଫାଇନାଲ : ପିଚ୍ ଫଟୋ ଦେଖି ଚିନ୍ତାରେ ଟିମ୍ ଇଣ୍ଡିଆ, କେମିତି ଖେଳିବ ମ୍ୟାଚ୍ !

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲିରୁ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଇଂଲଣ୍ଡର ଓଭାଲରେ ଖେଳାଯିବ । ତା’ ପୂର୍ବରୁ ସୋସିଆଲ ମିଡିଆରେ ପିଚ୍ର ଫଟୋ ଭାଇରଲ ହେଉଛି । ଯାହାକୁ ଦେଖି ଚିନ୍ତାରେ ପଡିଛନ୍ତି ଭାରତୀୟ ଖେଳାଳି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍ ଆସନ୍ତାକାଲିରୁ ଖେଳାଯିବ । ଇଂଲଣ୍ଡର ଓଭାଲରେ ଏହି ମ୍ୟାଚ୍ ଖେଳାଯିବ । ଇଂଲଣ୍ଡର ଓଭାଲ୍‌ରେ ଗ୍ରୀନ୍‌ ପିଚ୍‌ ଅପେକ୍ଷା କରିଛି ଟିମ୍‌ ଇଣ୍ଡିଆକୁ । ତେବେ ଫାଇନାଲ ମ୍ୟାଚ ପୂର୍ବରୁ ଟିମ୍ ପାଇଁ ଖରାପ ଖବର । ଫାଇନାଲ ମ୍ୟାଚ ପୂର୍ବରୁ ଏହି ପିଚର ଫଟୋ ଦେଖି ଟିମ୍ ଇଣ୍ଡିଆର ଖେଳାଳିଙ୍କ ହୋସ୍ ଉଡିଯାଇଛି ।

ଖବର ମୁତାବକ, ଫାଇନାଲ ମ୍ୟାଚ ପୂର୍ବରୁ ପିଚର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସବୁଜ ଘାସ ଥିବା ଏହି ପିଚ୍‌ରେ କିଭଳି ଭାବେ ଅଷ୍ଟ୍ରେଲିଆ ପେସ୍‌ ଆଟାକ୍‌କୁ ସାମନା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର । ଇଂଲଣ୍ଡର ଥଣ୍ଡା ପରିବେଶ ସାଙ୍ଗକୁ ଡ୍ୟୁକ୍ସ ବଲ୍‌ରେ ପ୍ୟାଟ୍‌ କମିନ୍ସ, ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଭାରତୀୟ ବ୍ୟାଟରଙ୍କୁ ହଇରାଣ କରିପାରେ । ତେଣୁ ଟିମ୍ ଇଣ୍ଡିଆ ପାଇଁ ଏହା ଚିନ୍ତାର କାରଣ ହୋଇପାରେ ।

ତେବେ ଶୁବମନ ଗିଲ, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ରବୀନ୍ଦ୍ର ଜାଡେଜା ପ୍ରମୁଖ ଭଲ ଫର୍ମରେ ଅଛନ୍ତି । ୨୦୨୧ରୁ ୨୦୨୩ ଭିତରେ ସର୍ବାଧିକ ପଏଣ୍ଟ ରଖିଥିବା ଦୁଇ ଦଳ ଭାବେ ଭାରତ ଓ ଅଷ୍ଟ୍ରେଲିଆ ଫାଇନାଲକୁ ଆସିଛନ୍ତି । ଅଷ୍ଟ୍ରେଲିଆ ମୋଟ ୧୯ଟି ଟେଷ୍ଟ ଖେଳି ସର୍ବାଧିକ ୧୫୨ ପଏଣ୍ଟ ହାସଲ କରିଥିଲା ବେଳେ ଭାରତ ୧୨୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଘରୋଇ ବର୍ଡ଼ର-ଗାଭାସ୍କର ସିରିଜ୍‌ରେ ଟିମ୍‌ ଇଣ୍ଡିଆ କଙ୍ଗାରୁ ଦଳକୁ ୨-୧ରେ ହରାଇଥିଲା । ଯଦିଓ ଓଭାଲରେ ଅଷ୍ଟ୍ରେଲିଆର ଭଲ ରେକଡ଼ଁ ରହିଛି ତଥାପି ରୋହିତଙ୍କ ଟିମ୍‌ ପୂରା ଦମ୍‌ରେ ପ୍ୟାଟ୍‌ କମିନ୍‌ସ ବାହିନୀକୁ ଟକ୍କର ଦେବ ।

ଭାରତୀୟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ ଭରତ(ଓ୍ଵିକେଟ କିପର), ଈଶାନ କିଶନ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ।

ଷ୍ଟାଣ୍ଡବାଏ ଖେଳାଳି: ଯଶସ୍ୱୀ ଜୟସଓ୍ଵାଲ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ ।

ଅଷ୍ଟ୍ରେଲିଆ ଟିମ୍‌ : ପ୍ୟାଟ କେମିନ୍ସ(ଅଧିନାୟକ), ସ୍କଟ୍‌ ବୋଲଣ୍ଡ, ଏଲକ୍ସ କେରୀ, କ୍ୟାମରୁନ ଗ୍ରୀନ, ମାର୍କସ ହ୍ୟାରିସ, ଜୋଶ ହେଜଲଉଡ, ଟ୍ରେଭିସ ହେଡ, ଜୋସ ଇଂଲିଶ, ଉସ୍ମାନ ଖ୍ଵାଜା, ମାର୍ନସ ଲେବୁସନ, ନାଥମ ଲାୟନ, ଟର୍ଡ ମର୍ଫି, ଷ୍ଟିଭେନ ସ୍ମିଥ, ମିଚେଲ ଷ୍ଟାର୍କ, ଡେଭିଡ ଓ୍ଵାର୍ଣ୍ଣର ।

ଷ୍ଟାଣ୍ଡବାଏ ଖେଳାଳି : ମିଚେଲ ମାର୍ଶ, ମେଟ ରେନଶୋ ।

Leave A Reply

Your email address will not be published.