Below header

ପୁଣିଥରେ ସାହାଯ୍ୟର ହାତ ବଢ଼ାଇଲେ ଯୁବରାଜ ସିଂହ, ଦିଲ୍ଲୀ ସରକାରଙ୍କୁ ଦେଲେ ୧୫ ହଜାର N-95 ମାସ୍କ

କରୋନା ମହାମାରୀ ଭଳି ବିପଦ ସମୟରେ ସମସ୍ତେ ପରସ୍ପରକୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି। କ୍ରିକେଟର, ବିଜନେସ ମ୍ୟାନ, ଅଭିନେତା ଅଭିନେତ୍ରୀ ଓ ନେତା ପ୍ରମୁଖ ନିଜ ସାମର୍ଥ୍ୟ ଅନୁସାରେ କେନ୍ଦ୍ର ସରକାରଙ୍କ ରିଲିଫ ପାଣ୍ଠିକୁ ଦାନ କରୁଛନ୍ତି। ଏହି ତାଲିକାରେ କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି, ସଚିନ ତେନ୍ଦୁଲକର, ରାଇନା, ଯୁବରାଜ ସିଂହ ପ୍ରମୁଖ ସାମିଲ ଅଛନ୍ତି। ଇତିମଧ୍ୟରେ ପୁଣି ଥରେ ଯୁବରାଜ ସିଂହ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏଥରକ ସେ ଦିଲ୍ଲୀ ସରକାରଙ୍କୁ ସହଯୋଗ କରିଛନ୍ତି।

ଯୁବରାଜ ସିଂହ ଦିଲ୍ଲୀ ସରକାରଙ୍କୁ ପ୍ରାୟ ୧୫ ହଜାର N-95 ମାସ୍କ ଦାନ କରିଛନ୍ତି। କରୋନା ଚିକିତ୍ସା କରୁଥିବା ଡାକ୍ତର ଏହି ମାସ୍କ ବ୍ୟବହାର କରିଥାନ୍ତି। ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଏହି ମାସ୍କ ବ୍ୟବହାର କରାଯାଏ। ଏହା ପୂର୍ବରୁ ଦିଲ୍ଲୀ ସରକାର ପିପିଇ କିଟର ଅଭାବ ଥିବା ଦର୍ଶାଇ କେନ୍ଦ୍ରକୁ ଯୋଗାଇବାକୁ ଅନୁରୋଧ କହିଥିଲେ।

ଦିଲ୍ଲୀ ସରକାରଙ୍କୁ ସାହାଯ୍ୟ କରିଥିବା ନେଇ ଯୁବରାଜ ଟ୍ୱିଟ କରି ଜଣାଇଥିଲେ। ସେ କହିଥିଲେ ଯେ କରୋନା ସ୍ଥିତିରେ ହେଲଥ କେୟାର ପ୍ରଫେସନାଲ ହେଉଛନ୍ତି ପ୍ରକୃତ ହିରୋ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏହି ସାହାଯ୍ୟ କରି ମୁଁ ଗର୍ବ ଅନୁଭବ କରୁଛି।

ତେବେ ଏଭଳି ଜଟିଳ ପରିସ୍ଥିତିରେ ଯୁବରାଜ ସିଂହ ସହଯୋଗର ହାତ ବଢ଼ାଇଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ କ୍ୟାନସରକୁ ଜୟ କରିଥିବା ଯୁବରାଜ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.