ଟିମ୍ ଇଣ୍ଡିଆରେ କିଛି ଠିକ୍ ନାହିଁ ବୋଲି ଲଗାତାର ଖବର ଆସୁଛି । କେତେବେଳେ କୋଚ୍ ସହ ଅଧିନାୟକଙ୍କ ସମସ୍ୟା ତ କେତେବେଳେ କ୍ୟାପଟେନ୍ କୋହଲିଙ୍କ ସହ ଟିମର ସମସ୍ୟା । ଟିମ୍ ଇଣ୍ଡିଆକୁ ନେଇ ବିବାଦ ଧମିବାରେ ନାଁ ଧରୁନି । ଆଉ ଏବେ ଟିମରେ ଚୟନକୁ ନେଇ ଆସିଛି ବଡ଼ ଖବର ।
ମିଳିଥିବା ଖବର ମୂତାବକ, ଟିମର ଅନେକ ସିନିୟର୍ ଖେଳାଳି କୋହଲିଙ୍କ ଟିମ୍ ମ୍ୟାନେଜମେଂଟ୍ ସହ ଖୁସି ନାହାଁନ୍ତି । ପ୍ରଥମେ ରୋହିତ୍ ଇନଷ୍ଟାଗ୍ରାମ୍ ଏବଂ ଟ୍ବିଟରରେ କୋହଲିଙ୍କୁ ଅନଫଲୋ କଲେ । ଏବେ ଭଲ ପ୍ରଦର୍ଶନ ସତ୍ବେ ଶିଖର ଧୱନଙ୍କୁ ଟିମରୁ ବାହାର କରିବା ନିଆଁରେ ଢାଳିଛି ଘିଅ ।
କୁହାଯାଉଛି ଏହା ପଛର କାରଣ ହେଉଛନ୍ତି ଅନୁଷ୍କା ଶର୍ମା । ଇଂଲଣ୍ଡ ମ୍ୟାଚ୍ ସମୟରେ କୋହଲିଙ୍କ ପତ୍ନୀ ଅନୁଷ୍କା ଏବଂ ଶିଖର ଧୱନଙ୍କ ପତ୍ନୀ ଆୟସାଙ୍କୁ ତାଙ୍କ ପରିବାର ବିଷୟରେ କିଛି କହିଥିଲେ । ଯାହା ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ ଏହି ଘଟଣା ପରେ ଧୱନଙ୍କୁ କୋହଲି ଟିମରୁ ବାହାର କରିଥିବା ଜଣା ପଡିଛି ।
ସେହିପରି ଅନୁଷ୍କା ଶର୍ମା ଅନେକ ସମୟରେ ଟିମ୍ ମିଟିଙ୍ଗରେ ସାମିଲ୍ ହେଉଛନ୍ତି । ଯାହାକୁ ନେଇ ଖୁସି ନାହାଁନ୍ତି ଟିମର ଅନେକ ଖେଳାଳି । ଏହାକୁ ନେଇ ଧୀରେ ଧୀରେ ଟିମରେ ଅସନ୍ତୋଷ ବଢିବାରେ ଲାଗିଛି ।