Below header

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୁବ୍ୟବସ୍ଥା, ପୁରୀ ହସ୍ପିଟାଲରେ ବଢାଯାଇଛି ଅତିରିକ୍ତ ଶଯ୍ୟା ସଂଖ୍ୟା

ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତିରିକ୍ତ ଶଯ୍ୟା ସହ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସହର ଭିତରେ ୧୮ଟି ଓ ସହର ବାହାରେ ୧୧ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ । ବଡଦାଣ୍ଡରେ ୧୩, ସମୁଦ୍ରକୂଳରେ ୪, ଅନ୍ୟ ଚିକତ୍ସାଳୟରେ ୮ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ଆମ୍ବୁଲାନ୍ସ ମୁତୟନ ହେବ । ଏହାସହ ଖାଦ୍ୟ ଓ ପାନୀୟ ଜଳ ଉପରେ ମଧ୍ୟ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି । ଖାଦ୍ୟ ଓ ପାନୀୟ ଜଳର ଶୁଦ୍ଧତା ପରୀକ୍ଷା ନିମନ୍ତେ ୬ଜଣ କାର୍ଯ୍ୟ ସୁରକ୍ଷା ଅଧିକାରୀ କାର୍ଯ୍ୟ କରିବେ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.