ବର୍ଷା ଆଣିଛି ବନ୍ୟା ବିଭୀଷିକା, ରାଜ୍ୟରେ ୧.୨୦ ଲକ୍ଷ ଲୋକ ପ୍ରଭାବିତ

ରାଜ୍ୟରେ ବର୍ଷାଜନିତ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ୧ ଲକ୍ଷ ୨୦ ହଜାର ଲୋକ। ବନ୍ୟା ମୁକାବିଲାକୁ ନେଇ ପ୍ରସ୍ତୁତି ସମ୍ପର୍କରେ SRC ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬୮୩୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଇଛି।

(କେନ୍ୟୁଜ): ସୁ ସୁ ହୋଇ ମାଡ଼ି ଚାଲିଛି ବଢ଼ିପାଣି । କେଉଁଠି କରାଳ ରୂପ ନେଇ ନଈରେ ଚାଲିଛି, ତ କେଉଁଠି ଘାଇ ଭାଙ୍ଗି, ବନ୍ଧ ଡେଇଁ ଗାଁ ଗାଁରେ ପଶିଲାଣି। ଯୋଗାଯୋଗ ବିଚ୍ଛିନ୍ନ ହେଲାଣି। ଭୟ ମାଡ଼ି ବସିଲାଣି। ପ୍ରବଳ ବର୍ଷା ପରେ ମହାନଦୀ ଫୁଲିବା ପରଠୁ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ନୟାଗଡ, ଓ ଜଗତସିଂହପୁରର ତଳି ଅଞ୍ଚଳରେ ବଢିଛି ବନ୍ୟା ଆଶଙ୍କା ।

ବନ୍ୟା ପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଶାସନ ବି ସଜାଗ ଅଛି । ନଦୀ ବନ୍ଧରେ ପାଟ୍ରୋଲିଂ ଚାଲିଛି । ତଳ ଅଞ୍ଚଳର ଲୋକେ ନିରାପଦ ସ୍ଥାନକୁ ଯିବାରେ ଲାଗିଛନ୍ତି । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ଜିଲ୍ଳାରେ ଉଦ୍ଧାର କାର୍ଯ୍ୟରେ ୧୦୬ ଟିମ ମୁତୟନ କରାଯାଇଛି । ବର୍ଷା ଓ ବନ୍ୟା ଭଳି ସ୍ଥିତିରେ ପ୍ରଭାବିତ ହୋଇଛି ୧୫ ଜିଲ୍ଲାର ୭୬୨ଟି ଗାଁ । ମୋଟ୍‌ ୧ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ମୋଟ ୬୮୩୪ ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଲୋକଙ୍କୁ ସୁଖିଲା, ରନ୍ଧାଖାଦ୍ୟ ଓ ପାଣି ମାଗଣାରେ ଦିଆଯାଇଛି। ୧୩୬ଟି ସ୍ଥାନରେ ରୋଷେଇ ବ୍ୟବସ୍ଥା କରାଯାଇଥିଲା। ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏପଟେ ରାଜ୍ୟରେ ବର୍ଷା କମିଛି । ଧୀରେଧୀରେ ମହାନଦୀର ଜଳସ୍ତର ଖସିବା ଆରମ୍ଭ କରିଛି । ତେବେ ତଳମୁଣ୍ଡରେ ପାଣି ବଢୁଛି । ଏହାକୁ ନେଇ ତଳିଆ ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି । ମୁକାବିଲା ପାଇଁ ମହାନଦୀ ତଳମୁଣ୍ଡରେ ୮ ଜଣ ବରିଷ୍ଠ ଯନ୍ତ୍ରୀ ନିୟୋଜିତ ଅଛନ୍ତି । ତେବେ ଉପରୁ ଆଉ ଅଧିକ ପାଣି ଆସିବା ସମ୍ଭାବନା କମ । ବନ୍ୟାକୁ ନେଇ ଲୋକେ ଭୟଭୀତ ହେବାର ଆବଶ୍ୟକ ନାହିଁ । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଆଖୁଆପଦା ଓ ଆନନ୍ଦପୁରରେ ଖସୁଛି ବୈତରଣୀ ଜଳସ୍ତର । ସେହିପରି ଯାଜପୁର ଜେନାପୁରଠାରେ ବ୍ରାହ୍ମଣୀ ଜଳସ୍ତର ମଧ୍ୟ ହ୍ରାସ ପାଉଛି । ବ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.