Below header

ବାହାନଗା ରେଳ ଟ୍ରାଜେଡିକୁ ପୁରିଲା ୧୦ଦିନ, ବାହାନଗାବାସୀ କଲେ ଦଶାହ କର୍ମ

ବାହାନଗା ରେଳ ଟ୍ରାଜେଡିକୁ ୧୦ଦିନ ପୁରିଛି । ବାହାନଗା ବାସୀ ଅଚିହ୍ନା ଶବଙ୍କ ପାଇଁ ଦଶାହ କ୍ରିୟା କରିବା ସହ ମୁଣ୍ଡନ ହୋଇଛନ୍ତି। ପ୍ରାୟ ୧୧୨ଜଣ ଅଚିହ୍ନା ଶବଙ୍କ ପାଇଁ ମୁଣ୍ଡନ ହୋଇଛନ୍ତି । ୩ଦିନ ବ୍ୟାପୀ ଧାର୍ମିକ କାର୍ଯ୍ୟ କରାଯିବ ।

ବାଲେଶ୍ବର/ସୋର(କେନ୍ୟୁଜ୍): ବାହାନଗା ରେଳ ଟ୍ରାଜେଡିକୁ ୧୦ଦିନ ପୁରିଛି । ଏହି ଭୟାନକ ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ପ୍ରାଣହାନୀ ଘଟିଥିଲା । ହଜାରେରୁ ଅଧିକ ଗୁରୁତର ଆହତ ହୋଇଥିଲେ । ଅନେକ ମୃତକଙ୍କ ମରଶରୀରକୁ ପରିବାର ଲୋକେ ଗ୍ରହଣ କରିଥିବା ବେଳେ ଅନେକ ମୃତଶରୀର ଏବେବି ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ହୋଇ ରହିଛି । ଆଜି ବାହାନଗା ବାସୀ ଅଚିହ୍ନା ଶବଙ୍କ ପାଇଁ ଦଶାହ କ୍ରିୟା କରିବା ସହ ମୁଣ୍ଡନ ହୋଇଛନ୍ତି। ବାହାନଗାର ପ୍ରାୟ ୧୧୨ଜଣ ଅଚିହ୍ନା ଶବଙ୍କ ପାଇଁ ମୁଣ୍ଡନ ହୋଇଛନ୍ତି ।

ଦୁର୍ଘଟଣା ସମୟରେ ବାହାନଗା ବାସୀଙ୍କ ସାହସ ଓ ସହଯୋଗକୁ ସାରା ବିଶ୍ବ ସାଲ୍ୟୁଟ କରୁଥିବା ବେଳେ ସେମାନଙ୍କ ଉଦ୍ୟମରେ ଅନେକ ଜୀବନ ସେଦିନ ବଞ୍ଚି ଯାଇଥିଲା । ତେବେ ଆଜି ମଧ୍ୟ ବନାନଗା ବାସୀ ଦିବଂଗତ ଆତ୍ମାଙ୍କୁ ସମ୍ମାନ ଜଣାଇ ଦଶାହରେ ସାମିଲ ହୋଇଥିଲେ।  ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଆଜି ଠାରୁ ବାହାନଗାରେ ୩ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।

ରେଳ ଦୁର୍ଘଟଣାରେ ଶରୀର ତ୍ୟାଗ କରିଥିବା ମଣିଷ ଆତ୍ମାର ଶାନ୍ତି , ସଦଗତି , ତୃପ୍ତିପ୍ରାପ୍ତି ପାଇଁ ଓ ଗୁରୁତର ଆହତଙ୍କ ଆରୋଗ୍ୟ କାମନା କରି ୩ଦିନ ବ୍ୟାପୀ ଧାର୍ମିକ କାର୍ଯ୍ୟ କରାଯିବ । ଆଜି କେବଳ ଗ୍ରାମବାସୀଙ୍କ ଦ୍ଵାରା ମୁଣ୍ଡନ ଓ ଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସେହିଭଳି ସୋମବାରରେ ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ ,ଅଖଣ୍ଡ ଗାୟତ୍ରୀ ମନ୍ତ୍ରଜପ , ସର୍ବଧର୍ମ ପ୍ରାର୍ଥନା ସଭା , ଶ୍ରଦ୍ଧାଞ୍ଜଳୀ , ସାମୁହିକ ବେଦପାଠ ଓ ଦୀପଦାନ କାର୍ଯ୍ୟକ୍ରମ ରହିଛି । ସେହିଭଳି ଅନ୍ତିମ ଦିନରେ କଳସ ଶୋଭାଯାତ୍ରା ,ବିଶ୍ଵ ଶାନ୍ତି ଗାୟତ୍ରୀ ଯଜ୍ଞ ଓ ୫୦୦୮ ଦୀପ ଦାନ କାର୍ଯ୍ୟକ୍ରମ ରହିଛି । ତେବେ ଏଭଳି ଭବ୍ୟ କାର୍ଯ୍ୟକ୍ରମ କରିବାରେ ଗ୍ରାମବାସୀ ମାନେ ସହଯୋଗର ହାତ ବଢାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.