Below header

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ! ଅଳ୍ପକେ ଟଳିଲା ଦୁର୍ଘଟଣା, ଯାତ୍ରୀ ସୁରକ୍ଷିତ

ଅଳ୍ପକେ ଟଳିଲା ଟ୍ରେନ ଦୁର୍ଘଟଣା। ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ । ଛତିଶଗଡ ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସାମ୍ନା ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ତେବେ ଉଭୟ ଅଟକିଯାଇଛନ୍ତି। କୌଣସି ମୃତାହତ ହୋଇନଥିବା ରେଳବାଇ ପ୍ରଶାସନ ପକ୍ଷରୁ କୁହାଯାଉଛି ।

ବିଳାସପୁର : ଛତିଶଗଡ଼ର ବିଳାସପୁରରେ ଟଳିଲା ବଡ଼ ଅଘଟଣ । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ । ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସାମ୍ନା ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ତେବେ ଦୁଇଟିଯାକ ଟ୍ରେନ ଆସୁଥିବାବେଳେ ଉଭୟ ଅଟକିଯାଇଛନ୍ତି । ଏନେଇ ରେଳବାଇ ପକ୍ଷରୁ ସ୍ପଷ୍ଟକରଣ ରଖାଯାଇଛି । ଘଟଣାରେ କୌଣସି ମୃତାହତ ହୋଇନଥିବା ରେଳବାଇ ପ୍ରଶାସନ ପକ୍ଷରୁ କୁହାଯାଉଛି ।

ସେହିପରି ଆଜି ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ଖଡ଼ଗପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ମେଦିନାପୁର-ହାୱଡ଼ା ଲୋକାଲ ଟ୍ରେନ୍‌ର ଗୋଟିଏ ବଗି ଶନିବାର ରାତିରେ ଲାଇନ୍‌ ଚ୍ୟୁତ ହୋଇଛି। ଦକ୍ଷିଣପୂର୍ବ ରେଳପଥର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଏହି ଟ୍ରେନ୍‌ ହାୱଡ଼ା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ତେବେ ସୌଭାଗ୍ୟକୁ ଏହି ବଗିରେ କେହି ନ ଥିଲେ। ତେବେ ଦୁର୍ଘଟଣା ଯୋଗୁ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଏହି ଲାଇନ୍‌ ଦେଇ ଯାତାୟତ ବନ୍ଦ ହୋଇଯାଇଥିଲା।ରେଲୱେ କର୍ତ୍ତୃପକ୍ଷ ଓ ବିଭାଗୀୟ ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଲାଇନ୍‌ଚ୍ୟୁତ ବଗିକୁ ପୁଣି ଲାଇନ୍‌କୁ ଅଣାଯାଇଥିଲା। ଏଥିସହ ରେଳୱେ ଟ୍ରାକ୍‌କୁ ମରାମତି କରାଯାଇଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.