WTC ୨୦୨୩ ଫାଇନାଲରେ ହାରିଲା ଭାରତ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିଲା ଅଷ୍ଟ୍ରେଲିଆ
WTC ୨୦୨୩ ଫାଇନାଲରେ ହାରିଲା ଭାରତ । ୨୦୯ ଜିତି ରନରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିଲା ଅଷ୍ଟ୍ରେଲିଆ । କଙ୍ଗାରୁ ଟିମ ଦ୍ୱିତୀୟ ଥର ପାଇଁ WTC ଫାଇନାଲ ଟାଇଟଲ ହାସଲ କରିଛି ।
WTC ୨୦୨୩ ଫାଇନାଲରେ ହାରିଲା ଭାରତ । ୨୦୯ ରନରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିଲା ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ ଭାରତକୁ ୪୪୪ ରନର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ । ଶେଷ ଦିନରେ ଭାରତ ମାତ୍ର ୨୩୪ ରନ କରି ଅଲଆଉଟ୍ ହୋଇଥିଲା । ଫଳରେ କଙ୍ଗାରୁ ଟିମ ଦ୍ୱିତୀୟ ଥର ପାଇଁ WTC ଫାଇନାଲ ଟାଇଟଲ ହାସଲ କରିଛି ।
What a performance from Australia! 💪
The best team in the #WTC23 cycle have triumphed against India in the Final ✨
— ICC (@ICC) June 11, 2023
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ୍ କରିଥିବା ବେଳେ ଭାରତ ୨୯୬ ରନ୍ କରିଥିଲା । ଗତକାଲି ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ୮ ୱିକେଟ୍ ହରାଇ ୨୮୦ ରନ୍ କରିବା ପରେ ଇନିଂସ ଘୋଷଣା କରିଥିଲା । ପରେ ଭାରତ ଦ୍ୱିତୀୟ ଇନିଂସରେ ୨୩୪ ରନ୍ କରି ଅଲଆଉଟ୍ ହୋଇଥିଲା । ଦ୍ୱିତୀୟ ଇନିଂସରେ ଭାରତର ସବୁଠାରୁ ଅଧିକ ରନ୍ ବିରାଟ କୋହଲି(୪୯) ରନ୍ ହିଁ କରିଥିଲେ । ସେହିପରି ରାହାଣେ ୪୬ ରନ୍, ରୋହିତ ଶର୍ମା ୪୩ ରନ୍, ପୂଜାରା ୨୭ ରନ୍, ଶୁବମନ ଗିଲ୍ ୧୮ ରନ୍, କେଏସ ଭରତ ୨୩ ରନ୍, ମହମ୍ମଦ ସାମି ୧୩ ରନ, ଜାଡେଜା ୦, ଉମେଶ ଯାଦବ ୧, ସିରାଜ ୧ ରନ୍ କରି ଅଲଆଉଟ୍ ହୋଇଥିଲେ ।