କାର ନ ଚଲାଇ କେବଳ AC ଚଳାଇଲେ ଖର୍ଚ୍ଚ ହୁଏ ଏତିକି ପେଟ୍ରୋଲ, ଜାଣିନିଅନ୍ତୁ ନଚେତ ପରେ ହେବେ ହଇରାଣ

କିଛି ଲୋକ କାର ଛିଡା କରାଇ ଇଂଜିନ ଷ୍ଟାର୍ଟ କରି ଏସି ଲଗାଇଥାନ୍ତି | ତେବେ ଏହି ସମୟରେ କେତେ ପେଟ୍ରୋଲ ଖର୍ଚ୍ଚ ହୋଇଥାଏ, ଏହି ପ୍ରଶ୍ନ ବି ଆପଣଙ୍କ ମୁଣ୍ଡକୁ ଆସିଥାଏ କି? ଯଦି ହଁ, ତେବେ ଆମେ ଆପଣଙ୍କୁ ଆଜି ଏବାବଦରେ ସୂଚନା ଦେବୁ |

ଖରାଦିନେ ଅଧିକାଂଶ ଲୋକ କାରରେ ଯିବାବେଳେ ଏସି ବ୍ୟବହାର କରିଥାନ୍ତି । ଏହା ବାଦ ଆଉ କିଛି ଲୋକ କାର ଛିଡା କରାଇ ଇଂଜିନ ଷ୍ଟାର୍ଟ କରି ଏସି ଲଗାଇଥାନ୍ତି । ତେବେ ଏହି ସମୟରେ କେତେ ପେଟ୍ରୋଲ ଖର୍ଚ୍ଚ ହୋଇଥାଏ, ଏହି ପ୍ରଶ୍ନ ବି ଆପଣଙ୍କ ମୁଣ୍ଡକୁ ଆସିଥାଏ କି? ଯଦି ହଁ, ତେବେ ଆମେ ଆପଣଙ୍କୁ ଆଜି ଏବାବଦରେ ସୂଚନା ଦେବୁ । ବାସ୍ତବରେ କାରରେ ଏସି ଚଳାଇବା ଦ୍ୱାରା କମ୍ ମାଇଲେଜ୍ ଦେଇଥାଏ, କାରଣ କାରର ଇଞ୍ଜିନ ସହିତ ଏହା ସିଧାସଳଖ ସଂଯୁକ୍ତ ହୋଇଥାଏ ।

କାର ଏସିର କମ୍ପ୍ରେସର ଇଞ୍ଜିନର ବେଲ୍ଟ ସହିତ ସଂଯୁକ୍ତ, ତେଣୁ ଏସି ଚଳାଇଲେ ଇଞ୍ଜିନ ଉପରେ ଅତିରିକ୍ତ ଚାପ ପଡିଥାଏ । ଯେଉଁ କାରଣରୁ ଇନ୍ଧନ ଅଧିକ ଖର୍ଚ୍ଚ ହୁଏ । ଆପଣ ଜାଣନ୍ତି କି ଯଦି କାରର ଏସି ୧ ଘଣ୍ଟା ପାଇଁ ଚଳାଯାଏ, ତେବେ କେତେ ପେଟ୍ରୋଲ ଖର୍ଚ୍ଚ ହୁଏ ଏବଂ ଏହା ମାଇଲେଜ୍ ଉପରେ କେତେ ପ୍ରଭାବ ପକାଇଥାଏ? ବାସ୍ତବରେ କାରରେ ଏସି ଚଳାଇଲେ ମାଇଲେଜ ଉପରେ ୫-୬ ପ୍ରତିଶତ ପ୍ରଭାବ ପଡିଥାଏ ।

ତେବେ ଆପଣ କେଉଁଠାରେ କାର୍ ଚଳାଉଛନ୍ତି ତାହା ଉପରେ ମାଇଲେଜ ନିର୍ଭର କରେ | ଯଦି କାରଟି ରାଜପଥରେ ଚଲାଉଛନ୍ତି, ତେବେ ମାଇଲେଜରେ ଅଧିକ ପାର୍ଥକ୍ୟ ଆସେନାହିଁ, କିନ୍ତୁ ଯଦି କାରଟି କମ୍ ବେଗରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଚଳାଉଛନ୍ତି, ତେବେ ଇନ୍ଧନ ଅଧିକ ଖର୍ଚ୍ଚ ହୁଏ ଏବଂ ମାଇଲେଜ୍ ମଧ୍ୟରେ ପାର୍ଥକ୍ୟ ୭-୮ ପ୍ରତିଶତ ପର୍ଯ୍ୟନ୍ତ ଦେଖାଯାଏ | କାରର ଏସି ମାଇଲେଜ୍ ଉପରେ ଏତେ ପ୍ରଭାବ ପକାଇନଥାଏ । ମନେକରନ୍ତୁ ଯଦି ଆପଣଙ୍କ କାର ଲିଟର ପିଛା ୧୪ କିଲୋମିଟର ମାଇଲେଜ ଦେଇଥାଏ, ଏସି ଚଳାଇଲେ ମାଇଲେଜ ୧୨ରୁ ୧୩ କିଲୋମିଟର ଭିତରେ ରହିବ | ଅନେକ ଥର ଆପଣ ଦେଖିଥିବେ କିଛି ଲୋକ ଛିଡା ହୋଇଥିବା କାରରେ ଏସି ଚଳାଇଥାନ୍ତି ।

ଏକ ଆକଳନ ଅନୁଯାୟୀ, ଯଦି ଆପଣଙ୍କର କାରର ଇଞ୍ଜିନ୍ ୧୦୦୦ ସିସି ହୋଇଥାଏ, ଆପଣ ଇଞ୍ଜିନ ଅନ କରନ୍ତି ତେବେ ଏକ ଘଣ୍ଟା ମଧ୍ୟରେ ପ୍ରାୟ ୦.୭ ଲିଟର ପେଟ୍ରୋଲ ଖର୍ଚ୍ଚ ହେବ । ଅନ୍ୟ ପଟେ, ଯଦି ଆପଣ ଷ୍ଟାର୍ଟ ଗାଡିରେ ଏସି ଅନ୍ କରନ୍ତି, ତେବେ ପାଖାପାଖି ୧.୨ କିମ୍ବା ୧.୩ ଲିଟର ପେଟ୍ରୋଲ ଖର୍ଚ୍ଚ ହେବ । ତେବେ କାରରେ ଏସି ଅନ ହେଲେ କେତେ ମାଇଲେଜ୍ ମିଳିବ ତାହା କାରର ବେଗ, ରାସ୍ତା ଏବଂ ଆପଣଙ୍କ ଚଳାଇବା ଉପରେ ନିର୍ଭର କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.