କମ୍ ମୂଲ୍ୟରେ ମାରୁତି ଲଞ୍ଚ୍ କଲା ବଢ଼ିଆ ଫିଚର୍ସ ଥିବା କାର, ମାଇଲେଜ୍ ବି ଏକଦମ୍ ଜବରଦସ୍ତ

ଏହି କାରକୁ ଖାସ କରି ବ୍ୟବସାୟିକ ବ୍ୟବହାରକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି । ଏହି ହ୍ୟାଚବ୍ୟାକ କାର କମ୍ପାନୀର ସବୁଠାରୁ ସୁବିଧା ମଡେଲ Alto K10 ବେସଡରେ ହିଁ ପ୍ରସ୍ତୁତ କରାଯାଇଛି । ଏହି କାରକୁ ଖାସ କରି ବ୍ୟବସାୟିକ ବ୍ୟବହାରକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି । ଏହି ହ୍ୟାଚବ୍ୟାକ କାର କମ୍ପାନୀର ସବୁଠାରୁ ସୁବିଧା ମଡେଲ Alto K10 ବେସଡରେ ହିଁ ପ୍ରସ୍ତୁତ କରାଯାଇଛି ।

ମାରୁତି ସୁଜୁକି ଭାରତରେ ଅନେକ ଦମଦାର କାର ଲଞ୍ଚ କରିଛି । ସୁଲଭ ମୂଲ୍ୟରେ କାର ପ୍ରେମୀମାନେ ମାରୁତି ସୁଜୁକିର ଅନେକ କାର କିଣିଥାନ୍ତି । ଏହି କାର ଗୁଡିକରେ ଲୋକଙ୍କ ସୁବିଧା ଅନୁସାରେ ଓ ଲୋକଙ୍କ ପସନ୍ଦ ମୁତାବକ ଭିନ୍ନ ଭିନ୍ନ ଫିଚର୍ସ ମଧ୍ୟ ରହିଥାଏ । କେବଳ ପ୍ରାଇଭେଟ ଭେଇକିଲ ସେଗମେଣ୍ଟରେ ଲୋକପ୍ରିୟ ନୁହେଁ ବରଂ କମର୍ସିଆଲ ଭେଇକିଲ ସେଗମେଣ୍ଟରେ ମଧ୍ୟ କମ୍ପାନୀ ଗୋଟେ ପରେ ଗୋଟେ ଭଲ ଫିଚର୍ସ ଥିବା କାର ଲଞ୍ଚ୍ କରୁଛି । ତେବେ ବର୍ତ୍ତମାନ ମାରୁତି ସୁଜୁକି ଫ୍ଲିଟ ସେଗମେଣ୍ଟରେ ନିଜର ନୂଆ କାର Maruti Tour H1 ଲଞ୍ଚ କରିଛି । ଏହି କାରକୁ ଖାସ କରି ବ୍ୟବସାୟିକ ବ୍ୟବହାରକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି । ଏହି ହ୍ୟାଚବ୍ୟାକ କାର କମ୍ପାନୀର ସବୁଠାରୁ ସୁବିଧା ମଡେଲ Alto K10 ବେସଡରେ ହିଁ ପ୍ରସ୍ତୁତ କରାଯାଇଛି । ତେବେ କହିରଖିବାକୁ ଚାହିଁବୁ ଯେ ଏହି କାରକୁ ଖାସ କରି ବ୍ୟବସାୟିକ ବ୍ୟବହାରକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି । ଏହି ହ୍ୟାଚବ୍ୟାକ କାର କମ୍ପାନୀର ସବୁଠାରୁ ସୁବିଧା ମଡେଲ Alto K10 ବେସଡରେ ହିଁ ପ୍ରସ୍ତୁତ କରାଯାଇଛି ।

Maruti Tour H1 କମ୍ପାନୀ ଏହି କାରରେ ପେଟ୍ରୋଲ ଇଞ୍ଜିନ ସହ CNG ଭ୍ୟାରିଆଣ୍ଟ ମଧ୍ୟ ଲଞ୍ଚ୍ କରିଛି । ଏହି ଭ୍ୟାରିଆଣ୍ଟର ଦାମ୍ ୫.୭୦ ଲକ୍ଷ ରଖାଯାଇଛି । ଏହି ଏଣ୍ଟ୍ରି ଲେଭଲ ହ୍ୟାଚବ୍ୟାକରେ କମ୍ପାନୀ ମେଟାଲିକ ସିଲ୍କି ସିଲଭର୍ , ମେଟାଲିକ ଗ୍ରାନାଇଟ ଗ୍ରେ ଏବଂ ଆର୍କଟିକ ହ୍ଵାଇଟ ରଙ୍ଗର ବିନା ପେଣ୍ଟ କରାଯାଇଥିବା ଫ୍ରଣ୍ଟ ଏବଂ ରିୟର ବମ୍ପର ଦେଇଛି । ଏହା Alto K10 ର ଟ୍ୟାକ୍ସି ଭର୍ସନ, ଯାହା ବ୍ୟବସାୟିକ ବ୍ୟବହାର ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ଇଞ୍ଜିନ୍ ଏବଂ ମାଇଲେଜ୍

Maruti Tour H1 କାରକୁ କମ୍ପାନୀ ପେଟ୍ରୋଲ ଏବଂ ସିଏନଜି ଦୁଇଟି ଇଞ୍ଜିନ ସହିତ ଉପଲବ୍ଧ ହୋଇଛି। କମ୍ପାନୀ ଏହି କାରରେ ପେଟ୍ରୋଲ K-ସିରିଜି ୧.୦ ଲିଟର କ୍ଷମତାର ଡୁଆଲ VVT ଇଞ୍ଜିନ ବ୍ୟବହାର କରିଛି, ଯାହା 65 bhp ପାଓ୍ଵାର ଏବଂ 89 Nm ର ଟର୍କ ଜେନେରେଟ କରିଥାଏ । ଅନ୍ୟପଟେ CNG ଭ୍ୟାରିୟଣ୍ଟ 55.9 bhp ପାଓ୍ଵାର ଏବଂ 82.1 Nm ର ଟର୍କ ଜେନେରେଟ କରିଥାଏ । ତେବେ କମ୍ପାନୀ ଦାବି କରିଛି ଯେ ଏହି କାରର ପେଟ୍ରୋଲ ଭ୍ୟାରିୟଣ୍ଟ ୨୪.୬୦ କିଲୋମିଟର ପ୍ରତି ଲିଟର ମାଇଲେଜ ଦେଇଥାଏ ଏବଂ CNG ଭ୍ୟାରିଆଣ୍ଟ ୩୪.୪୬ କିଲୋମିଟର ପ୍ରତି ଲିଟର ମାଇଲେଜ ଦେଇଥାଏ ।

କାରରେ କଣ ରହିଛି ଫିଚର୍ସ

ଏହି କାରରେ କିଛି ଷ୍ଟାଣ୍ଡାର୍ଡ ସେଫ୍ଟି ଫିଚର୍ସକୁ ସାମିଲ କରାଯାଇଛି । ଯେପରିକି ଡୁଆଲ ଏୟାର ବ୍ୟାଗ୍ସ, ଇଲେକ୍ଟ୍ରୋନିକ ବ୍ରେକଫୋର୍ସ ଡିଷ୍ଟ୍ରିବ୍ୟୁସନ ବା ଇବିଡି ସହିତ ଆଣ୍ଟି ଲକିଙ୍ଗ ବ୍ରେକିଙ୍ଗ ସିଷ୍ଟମ, ସ୍ପିଡ ଲିମିଟିଙ୍ଗ ସିଷ୍ଟମ ଏବଂ ରିଭର୍ସ ପାର୍କିଂ ସେନ୍ସର୍ସ ରହିଛି । କାରରେ ପ୍ରି-ଟେନଶନର ଏବଂ ଫୋର୍ସ ଲିମିଟର ସହିତ ଫ୍ରଣ୍ଟ ସିଟ ବେଲ୍ଟ ଆଗରେ ଏବଂ ପଛ ସିଟରେ ସିଟ ବେଲ୍ଟ ରିମାଇଣ୍ଡର ଏବଂ ଏକ ଇଞ୍ଜିନ ଇମମୋବିଲାଇଜର ମଧ୍ୟ କାରରେ ଦିଆଯାଇଛି ।

ମାରୁତି ସୁଜୁକି କମର୍ସିଆଲ ସେଗମେଣ୍ଟରେ ଅନ୍ୟ କେତେକ କାର ପୂର୍ବରୁ ଉପଲବ୍ଧ । ଆଉ ସବୁ କାରକୁ ବ୍ୟବସାୟିକ ଦୃଷ୍ଟିରୁ ବ୍ୟବହାର କରିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । କ୍ୟାବ ସର୍ଭିସ ଏବଂ ଟ୍ରାନ୍ସପୋର୍ଟ ଭଳି କାର୍ଯ୍ୟରେ ଏହି କାର ବ୍ୟବହାର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.