କଟକ ଭୁବନେଶ୍ୱରରେ ୧୦ ଆଇଏଏସ ଓ ଆଇପିଏସଙ୍କ ଯାଞ୍ଚ: ବିଭିନ୍ନ ସ୍ଥାନରେ ଡ୍ରୋନ ସାହାଯ୍ୟରେ କରୁଛନ୍ତି ଚିତ୍ର ଉତ୍ତୋଳନ 

ଭୁବନେଶ୍ୱର: କଟକ ଓ  ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦ ଆଇଏଏସ ଓ ଆଇପିସ ଅଫିସର ଅଚାନକ ଯାଞ୍ଚ କରିବା ଆରମ୍ଭ କରି ଦେଇଛନ୍ତି। ଅଫିସର ମାନେ ଯେଉଁଥିକୁ ଯାଉଛନ୍ତି ଡ୍ରୋନ ସାହାଯ୍ୟରେ ତାର ଚିତ୍ର ଉତ୍ତୋଳନ କରୁଛନ୍ତି। କଟକ ଓ ଭୁବନେଶ୍ୱର କରୋନା ସ୍ଥିତି ନେଇ ଅନୁଧ୍ୟାନ କରୁଛନ୍ତି ଏହି ଅଫିସର ମାନେ। ଚିତ୍ରରେ ଠେଲା ଦୋକାନ ଆଗରେ ଭିଡ ଜମାଇ କିଏ ଗୁପଚୁପ ଖାଉଛନ୍ତି ତ ଆଉ କିଏ ଦହିବରା ଖାଉଛନ୍ତି।

ଏକାଠି ହେଉଛନ୍ତିି ବିନା ମାସ୍କରେ। ଏପରି ହେବା ଦ୍ୱାରା ଆମେ କରୋନାକୁ ଡାକୁଛୁ ବୋଲି ଏସଆରସି ଆଜି ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି। ବାପାମାଆ ପିଲାଙ୍କୁ କ୍ଷେତ୍ରରେ ଆକଟ କରିବା ନିହାତି ଜରୁରି। ବାହାରକୁ ବାହାରିଲେ ମାସ୍କ ପିନ୍ଧେଇ ଛାଡନ୍ତୁ ବୋଲି ଏସଆରସି ପରାମର୍ଶ ଦେଇଛନ୍ତି। ଏନେଇ ସରକାରଙ୍କ ସଚେତନା ଜାରି ରହିଥିଲେ ବି ଲୋକମାନେ ମାନୁନଥିବାରୁ ଏହା ଉଦବେଗର କାରଣ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.