ପ୍ରବଳ କୁହୁଡି ଯୋଗୁ ବାଘାମାରୀ ନିକଟରେ ଓଲଟିଲା ଯାତ୍ରିବାହୀ ବସ୍, ୧୦ରୁ ଊର୍ଦ୍ଧ୍ୱ ଆହତ

ବେଗୁନିଆ(କେନ୍ୟୁଜ୍): ଓଲଟିଲା ଯାତ୍ରିବାହୀ ବସ୍ । ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଆହତ । ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ବାଘାମାରୀ ନିକଟରେ ପ୍ରବଳ କୁହୁଡି ଯୋଗୁ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ବସ୍ଟି ବଲାଙ୍ଗିରରୁ ଭୁବନେଶ୍ୱର ଆସୁଥିବା ବେଳେ ପ୍ରବଳ କୁହୁଡି ଯୋଗୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୨ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗାଡି କାଚ ଭାଙ୍ଗି ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରଯାଇଛି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।