ମାଛ ଧରୁଥିବାବେଳେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଫିସିଙ୍ଗ ଟ୍ରଲର, ୧୦ ମତ୍ସଜୀବୀ ଉଦ୍ଧାର

ଚାନ୍ଦବାଲି(କେନ୍ୟୁଜ୍): ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲରରେ ଅଗ୍ନିକାଣ୍ଡ । ଯାହାଫଳରେ ଟ୍ରଲରଟି ସମୁଦ୍ର ମଧ୍ୟରେ ବୁଡି ଯାଇଥିବା ଜଣାପଡିଛି। ମା ପଦ୍ମାବତୀ ନାମକ ଏହି ଟ୍ରଲରରେ ୧୦ଜଣ ଧିବର ମାଛ ଧରୁଥିବା ବେଳେ ଟ୍ରଲରଟିରେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲର ସମୁଦ୍ରରେ ବୁଡି ଯାଇଛି।

ନିକଟରେ ଥିବା ଅନ୍ଯ ଟ୍ରଲରର ଧିବର ମାନେ ୧୦ଜଣ ଧିବରଙ୍କୁ ଉଦ୍ଧାର କରି ମେରାଇନ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଧାମରା ଦୋଷୀଙ୍ଗା ପଂଚାୟତର ଟ୍ରଲର ମାଲିକ ସମରେଶ ପରିଡାଙ୍କ ଟ୍ରଲର ମା ପଦ୍ମାବତୀରେ ଏମାନେ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ । ଯାହା ସୂଚନା ମିଳିଛି ଟ୍ରଲରରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ଏବଂ ଅଗ୍ନି ପ୍ରଖର ହେବାରୁ ଟ୍ରଲରରେ ଥିବା ଧିବର ମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସେପ୍ଟି ଜ୍ଯାକେଟ ସାହାଯ୍ଯରେ ସମୁଦ୍ରକୁ ଡେଇଁ ଭାସିଥିଲେ। ନିକଟରେ ଥିବା ଅନ୍ଯ ଟ୍ରଲରେ ଧିବର ମାନେ ସେମାନଙ୍କୁ ଉଦ୍ଧାର କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.