ଶହେ ଗୋଟି ଶିବଲିଙ୍ଗକୁ ଏକାଥରେ ଦର୍ଶନ କରିବାକୁ ଚାହୁଁଥିଲେ ଥରେ ବୁଲି ଆସନ୍ତୁ ଏହି ସ୍ଥାନ

ଶହେ ଗୋଟି ଶିବଲିଙ୍ଗକୁ ଏକାଥରେ ଦର୍ଶନ କରିବାକୁ ଚାହୁଁଥିଲେ ଥରେ ବୁଲି ଆସନ୍ତୁ ଏହି ସ୍ଥାନ, ମିଳିଯିବ ମନକୁ ଶାନ୍ତି

ଶହେ ଗୋଟି ଶିବ ଲିଙ୍ଗର ଗାଁ ନରେନ୍ଦ୍ରପୁର ା ଆଗରୁ କେବେ ଏମିତି ଦେଖିଛନ୍ତି କି ?ଯଦି ଦେଖିନାହାନ୍ତି ତେବେ ଥରେ ବୁଲି ଆସନ୍ତୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଂଚାୟତର ନରେନ୍ଦ୍ରପୁର ଗାଁ କୁ ା ଗାଁ ଭିତରକୁ ପଶିଲେ ଏହା ଆପଣଙ୍କୁ ମନ୍ଦିର ମାଳିନୀ ଗାଁ ପରି ଲାଗିବ ା ଗାଁ ଭିତରେ ଯେଉଁ ଆଡେ ଅନାଇବେ ଛୋଟ ବଡ ମଠ , ମନ୍ଦିର ଦେଖିବାକୁ ପାଇବେ ା ଗାଁଟି ଶହେ ଶିବ ଲିଙ୍ଗର ଗାଁ ଭାବେ ବେଶ ପରିଚିତ ା ଏହାର ନାଁରେ ଯୋଡି ହୋଇଛି ବହୁ ଲୋକକଥା ା ଅନେକ ବର୍ଷ ତଳେ ଗାଁକୁ କନିକାର ରାଜା ଶାସନ କରୁଥିଲେ ା ଗାଁର ପ୍ରବେଶ ଦ୍ଵାରରେ ରହିଛି ବାବା ସନାତନ ଗୋସାଇଁଙ୍କ ସୁନ୍ଦର ମଠ ା ବର୍ଷ ତମାମ ଏହି ମଠରେ ପୂଜା ପର୍ବ ଲାଗି ରହିଥାଏ ା କିନ୍ତୁ ପଣା ସଂକରାନ୍ତି ହେଉଛି ମୁଖ୍ୟ ପର୍ବ ା ଏହି ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ା ଏହି ମଠରେ ବାବା ସନାତନ ଜିଅନ୍ତା ସମାଧି ନେଇଥିବା ମଠରେ ଥିବା ପୂଜକ କହନ୍ତି ା ପୂର୍ବରୁ ଏହି ମଠଟି ବରଡା ଛତା ତଳେ ଚାଲିଥିଲା ପରେ ପରେ ଚାଳ ଛପର ହେଲା ଏବେ ମଠଟି ନୂଆ ରୂପରେ ଝଲଶୁଥିବା ଦେଖିବାକୁ ମିଳିଛି ା

ପୂର୍ବରୁ ଏହି ନରେନ୍ଦ୍ରପୁର ଗାଁ ରାଜନଗର ପଂଚାୟତରେ ସାମିଲ ଥିଲା ା 2017 ମସିହାରେ ନରେନ୍ଦ୍ରପୁର ଏକ ନୂତନ ପଂଚାୟତର ମାନ୍ୟତା ପାଇଥିଲ ାା 11ଗୋଟି ୱାର୍ଡ କୁ ନେଇ ଗଠିତ ଏହି ପଂଚାୟତ ର ଲୋକସଂଖ୍ୟା ପାଖାପାଖି 8ହଜାରରୁ ଉର୍ଦ୍ଧ ହେବ ା

ନୂତନ ପଂଚାୟତର ମାନ୍ୟତା ମିଳିବା ପରେ ପଂଚାୟତର ବିଭିନ୍ନ ଓାଡ ତଥା ଗାଁ ମାନଙ୍କରେ ଅନେକ କିଛି ବିକାଶ ମୂଳକ କାମ ହୋଇଥିବାର ଦେଖିବାକୁ ମିଳିଛି ା ଅନେକ ବିକାଶ ମୂଳକ କାମ ଜାରି ରହିଥିବା ବେଳେ ବହୁ ସମସ୍ୟା ମଧ୍ୟ ରହିଛି ତାର ସମାଧାନ ହୋଇପାରିନି ା ମନ୍ଦିର ଥିବା ସହ ଶହେ ଗୋଟି ଶଷିବ ଲିଙ୍ଗ ଥିବାରୁ ଗାଁକୁ ପର୍ଯ୍ୟଟନ ସ୍ଥଲୀର ମାନ୍ୟତା ଦେବାକୁ ଦାବି କରିଛନ୍ତି ଗାଁ ଲୋକେ ା ସରକାର ଯଦି ନରେନ୍ଦ୍ରପର ଗାଁକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରନ୍ତେ ତେବେ ସମସ୍ତ ବିକାଶ ମୂଳକ କାମ ହୋଇପାରନ୍ତା ବୋଲି ପଂଚାୟତର ସରପଂଚ କହିଛନ୍ତି ା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.