ପାକିସ୍ତାନୀ ସ୍ୱାମୀ ସହ ମିଶି ପାଳନ କଲେ ପାକିସ୍ତାନର ସ୍ୱାଧୀନତା ଦିବସ, ସୋସିଆଲ ମିଡିଆରେ ଅଞ୍ଜୁଙ୍କ ଫଟୋ ଭାଇରାଲ

ଭାରତ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁ ସେଠାରେ ନିଜ ସ୍ୱାମୀଙ୍କ ସହ ମିଶି ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ କରିଛନ୍ତି।

ଭାରତ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁ ସେଠାରେ ନିଜ ସ୍ୱାମୀଙ୍କ ସହ ମିଶି ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଅଞ୍ଜୁ ନିଜ ପାକିସ୍ତାନୀ ସ୍ୱାମୀ ଏବଂ କିଛି ବ୍ୟକ୍ତିଙ୍କ ସହ ମିଶି ସ୍ୱାଧୀନତା ଦିବସ ପାଳୁଥିବା ଦେଖିବାକୁ ମିଳୁଛି।

କହି ରଖୁଛୁ, ଭାରତର ସ୍ୱାଧୀନତା ଦିବସର ଦିନକ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୧୪ରେ ପାକିସ୍ତାନରେ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ। ତେବେ ପୂର୍ବରୁ ବିବାହିତା ଥିବା ଅଞ୍ଜୁ ନିଜର ପ୍ରଥମ ସ୍ୱାମୀ ଏବଂ ଦୁଇ ସନ୍ତାନଙ୍କୁ ଛାଡ଼ି ଜୁଲାଇ ୨୧ରେ ପାକିସ୍ତାନ ଚାଲିଯାଇଥିଲେ।

ଅଞ୍ଜୁ ପାକିସ୍ତାନ ଯିବାବେଳେ ନିଜ ସ୍ୱାମୀଙ୍କୁ ମିଛରେ କହିଥିଲେ କି, ସେ ନିଜ ସାଙ୍ଗକୁ ଭେଟିବା ପାଇଁ ଜୟପୁର ଯାଉଛନ୍ତି। ଅଞ୍ଜୁ ପରିବାର ସହିତ ରାଜସ୍ଥାନରେ ରହୁଥିଲେ। କିନ୍ତୁ ବର୍ତ୍ତମାନ ସେ ପାକିସ୍ତାନର ଖୈବର ପଖତୁନଖ୍ଵାରେ ନିଜ ପ୍ରେମିକ ନସରୁଲ୍ଲାହଙ୍କ ପାଖକୁ ଚାଲିଯାଇଛନ୍ତି।

କିଛି ରିପୋର୍ଟରେ ଦାବି କରାଯାଇଛି ଯେ ଅଞ୍ଜୁ ସେଠାରେ ନସରୁଲ୍ଲାହଙ୍କୁ ବିବାହ କରିଛନ୍ତି। ଏହାପରେ ସେ ଇସ୍‌ଲାମ ଧର୍ମ ଗ୍ରହଣ କରି ନିଜ ନାମ ବଦଳାଇ ଫାତିମା କରିଦେଇଛନ୍ତି। ସୂଚନାଥାଉ କି, ଅଞ୍ଜୁ ପ୍ରଥମେ ଭିଲଓ୍ଵାଡ଼ାରୁ ଦିଲ୍ଲୀ ପହଞ୍ଚିଥିଲେ। ଏହାପରେ ପଞ୍ଜାବର ଅମୃତସର ପର୍ଯ୍ୟନ୍ତ ଯାଇଥିଲେ। ଶେଷରେ ଓ୍ଵାଘା ସୀମା ଦେଇ ସେ ପାକିସ୍ତାନରେ ପ୍ରବେଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.