Below header

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ବିଇଡି ପ୍ରାର୍ଥୀ ଯୋଗ୍ୟ ନୁହେଁ: ସୁପ୍ରିମକୋର୍ଟ

ଶିକ୍ଷାର ଅଧିକାର ଅର୍ଥ ଗୁଣବତ୍ତା ଶିକ୍ଷା ବୋଲି ସୁପ୍ରିମକୋର୍ଟଙ୍କ ରାୟ। ରାଜସ୍ଥାନ ହାଇକୋର୍ଟଙ୍କ ଏକ ରାୟର ଚାଲେଞ୍ଜ ହୋଇଥିବା ଆବେଦନର ଶୁଣାଣି କରି ଏଭଳି କହିଛନ୍ତି ସୁପ୍ରିମକୋର୍ଟ। ପ୍ରାଥମିକ ଶିକ୍ଷା ବା ପ୍ରଥମରୁ ପଞ୍ଚମ ଶିକ୍ଷାର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

କେନ୍ୟୁଜ୍(ବ୍ୟୁରୋ):  ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ବିଇଡି ପ୍ରାର୍ଥୀ ଯୋଗ୍ୟ ନୁହେଁ, ଏଭଳି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଶିକ୍ଷାର ଅଧିକାର ଅର୍ଥ ଗୁଣବତ୍ତା ଶିକ୍ଷା ବୋଲି ସୁପ୍ରିମକୋର୍ଟଙ୍କ ରାୟ। ରାଜସ୍ଥାନ ହାଇକୋର୍ଟଙ୍କ ଏକ ରାୟର ଚାଲେଞ୍ଜ ହୋଇଥିବା ଆବେଦନର ଶୁଣାଣି କରି ଏଭଳି କହିଛନ୍ତି ସୁପ୍ରିମକୋର୍ଟ। ପ୍ରାଥମିକ ଶିକ୍ଷା ବା ପ୍ରଥମରୁ ପଞ୍ଚମ ଶିକ୍ଷାର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏନସିଟିଇ ନିୟମ ଅନୁଯାୟୀ ଏଥିପାଇଁ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ କୋର୍ସ ରହିଛି।

ସେହି ତାଲିମପ୍ରାପ୍ତ ଶିକ୍ଷକ ପ୍ରାଥମିକ ଶିକ୍ଷା ପ୍ରଦାନ କରି ପାରିବେ। ସମ୍ବିଧାନର ଧାରା ୨୧ ଏ ଅନୁଯାୟୀ ପ୍ରତ୍ୟେକ ଶିଶୁଙ୍କର ପ୍ରାଥମିକ ଶିକ୍ଷା ହେଉଛି ମୌଳିକ ଅଧିକାର। ପ୍ରାଥମିକ ଶିକ୍ଷକଙ୍କ ଆବଶ୍ୟକତାକୁ ପୂରଣ ପାଇଁ ବିଇଡି ତାଲିମ ପ୍ରାପ୍ତଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଏହା ସମ୍ବିଧାନର ଧାରା ୨୧ ଏ ର ବିରୁଦ୍ଧାଚରଣ କରୁଛି। ଏଭଳି ମତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ସୁଧାଂଶୁ ଧୂଳିଆଙ୍କ ଖଣ୍ଡପୀଠ ଦେଇଛନ୍ତି ଏଭଳି ନିର୍ଦ୍ଦେଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.