କୁନୋରୁ ନିଖୋଜ ମାଈ ଚିତା ‘ନିର୍‌ଭା’ ୨୨ ଦିନ ପରେ ମିଳିଲା, ଖୋଜାଖୋଜି କରୁଥିଲେ ୧୦୦ରୁ ଅଧିକ ଲୋକ

କୁନୋ ଜାତୀୟ ଉଦ୍ୟାନରୁ ନିଖୋଜ ଥିବା ମାଈ ଚିତା ‘ନିରଭା’କୁ ୨୨ ଦିନ ପରେ ଖୋଜି ବାହାର କରାଯାଇଛି। ରବିବାର ସର୍ଚ୍ଚିଂ ବେଳେ ପ୍ରସିଦ୍ଧ ଧୋରଟ୍‌ ସରକାର ବାବା ମନ୍ଦିର ନିକଟସ୍ଥ ଜଙ୍ଗଲରେ ଚିତାର ଲୋକେସନ ମିଳିଥିଲା।

କୁନୋ ଜାତୀୟ ଉଦ୍ୟାନରୁ ନିଖୋଜ ଥିବା ମାଈ ଚିତା ‘ନିରଭା’କୁ ୨୨ ଦିନ ପରେ ଖୋଜି ବାହାର କରାଯାଇଛି। ରବିବାର ସର୍ଚ୍ଚିଂ ବେଳେ ପ୍ରସିଦ୍ଧ ଧୋରଟ୍‌ ସରକାର ବାବା ମନ୍ଦିର ନିକଟସ୍ଥ ଜଙ୍ଗଲରେ ଚିତାର ଲୋକେସନ ମିଳିଥିଲା। ସେଠାରେ ବନ କର୍ମଚାରୀମାନେ ପହଞ୍ଚି ନିରଭାକୁ ଧରିଥିଲେ।

ଚିତାକୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ଏନ୍‌କ୍ଲୋଜରକୁ ଶିଫ୍ଟ କରାଯାଇଛି। ସେପଟେ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚରେ ନିରଭା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ସିସିଏଫ୍‌ ଉତ୍ତମ ଶର୍ମା ଏକ ପ୍ରେସ୍‌ ବାର୍ତ୍ତା ଜାରି କରି ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକୀୟ ମାଈ ଚିତା ନିରଭାକୁ ରବିବାର ସକାଳ ୧୦ଟାରେ କୁନୋ ଉଦ୍ୟାନର ଧୋରଟ୍‌ ଅଞ୍ଚଳରେ ଦେଖାଯାଇଥିଲା। ସେଠାରୁ ତାକୁ ଧରାଯାଇଛି। ନିରଭା ଗତ ୨୨ ଦିନ ଧରି ନିଖୋଜ ଥିଲା।

ପ୍ରକୃତରେ, ସଂକ୍ରମଣ ଯୋଗୁ କୁନୋ ଜାତୀୟ ଉଦ୍ୟାନରେ ଥିବା ସମସ୍ତ ଚିତାଙ୍କ କଲର୍ ଆଇଡିକୁ ହଟାଇ ଦିଆଯାଇଥିଲା। ତେଣୁ କଲର୍ ଆଇଡିରୁ ଉପଗ୍ରହ ମାଧ୍ୟମରେ ଲୋକେସନ ମିଳିବା ବନ୍ଦ ହୋଇଯାଇଥିଲା। ଏଭଳି ସ୍ଥିତିରେ ନିରଭା ଯେତେବେଳେ କୁନୋ ଉଦ୍ୟାନର ସୀମା ବାହାରକୁ ଚାଲିଯାଇଥିଲା, ସେତେବେଳେ ତାକୁ ଖୋଜିବା କଷ୍ଟକର ହୋଇପଡିଥିଲା।

ନିରଭାର ସନ୍ଧାନରେ ୧୦୦ରୁ ଅଧିକ ବନ ବିଭାଗ ଷ୍ଟାଫ୍‌ ସାମିଲ ହୋଇଥିଲେ। ପାଦରେ ଚାଲି ଖୋଜିବା ଟିମ୍‌ ବ୍ୟତୀତ ୨ଟି ଡ୍ରୋନ୍ ଟିମ୍, ଗୋଟିଏ ଡଗ୍‌ ସ୍କ୍ଵାଡ୍‌ ଏବଂ ହାତୀମାନଙ୍କ ଦ୍ୱାରା ଚିତା ଖୋଜା ଅଭିଯାନ ଚଲାଯାଇଥିଲା।

ପ୍ରତିଦିନ ପାଖାପାଖି ୧୫ରୁ ୨୦ ବର୍ଗ କିଲୋମିଟର ଅଞ୍ଚଳରେ ନିରଭାକୁ ଖୋଜାଯାଉଥିଲା। ଅଗଷ୍ଟ ୧୨ ତାରିଖ ସନ୍ଧ୍ୟାରେ ଏହାର ଲୋକେସନ ଉପଗ୍ରହ ମାଧ୍ୟମରେ ମିଳିବା ପରେ ତତକ୍ଷଣାତ୍ ସର୍ଚ୍ଚ ଟିମ୍‌କୁ ସେଠାକୁ ପଠାଇ ଚିତାକୁ ଧରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.