୧୦୦ ବର୍ଷ ପୁରୁଣା ସିମିଳି ଗଛ ଉପୁଡି ଭାଙ୍ଗିଗଲା ଘର, ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ନଷ୍ଟ

ଦାରିଙ୍ଗିବାଡି: ଉପୁଡିଗଲା ୧୦୦ ବର୍ଷ ପୁରୁଣା ସିମିଳି ଗଛ । ଭାଙ୍ଗିଗଲା ଘର । ଘରେ ଥିବା ଆସବାବ ପତ୍ର ସବୁ ମାଟିରେ ମିଶିଗଲା । ଘରେ ଥିବା ବାଇକ, ଟିଭି, ଖଟ, ଗ୍ୟାସ ଚୁଲା ସବୁକିଛି ଭାଙ୍ଗି ଯାଇଛି । ଦାରିଙ୍ଗିବାଡିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମହିଳା ବିଜୟଲକ୍ଷ୍ମୀ ନାୟକ ଆଉ ପୁଅଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ବ୍ରହ୍ମପୁରରେ ଚିକିତ୍ସା ହେଉଥିଲେ ।

ଦୁଇଦିନ ଦେଲା ମେଡିକାଲରେ ଥିଲେ ବିଜୟଲକ୍ଷ୍ମୀ । ଆଜି ସକାଳୁ ପୁରୁଣା ବୃହତ ସିମିଳି ଗଛଟି ଭାଙ୍ଗି ଘର ଉପରେ ପଡ଼ି ଯାଇଥିଲା । ସ୍ଥାନୀୟ ଲୋକେ ଦମକଳ ବିଭାଗକୁ ଖବର ଦେଇଥିଲେ ଏବଂ ବିଦ୍ୟୁତ ବିଭାଗ କୁ ଜଣାଇଥିଲେ । ଦମକଳ ବିଭାଗ ଆସି ଘର ଉପରୁ ଗଛକୁ ବାହାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.