ଯାଜପୁର: ଧର୍ମଶାଳା ପୋଲିସକୁ ବଡ ଧରଣର ସଫଳତା: ୧୧ ଡକାୟତ ଗିରଫ, ନଗଦ ଟଙ୍କା ଓ ସୁନା ଅଳଙ୍କାର ସହ ବିଭିନ୍ନ ମାରଣାସ୍ତ୍ର ଜବତ

ଯାଜପରୁ(କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ମିଳଛିି ବଡ ଧରଣର ସଫଳତା । ଏକ ବଡ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି ପୋଲିସ । ୧୧ଜଣ ଡକାୟତ ଗିରଫ ହେବା ସହ ସେମାନଙ୍କ ନିକଟରୁ ନଗଦ ୫ଲକ୍ଷ ୮୯ ହଜାର ଶହେ ଟଙ୍କା, ୭୬ଗ୍ରାମ ସୁନା, ୧୨କେଜି ରୂପା, ଗୋଟିଏ ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର, ୧୧ଟି ମୋଇବାଇ, ୪ଟି ବାଇକ ଜବତ ହୋଇଛି । ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଠାରେ ଗତ ୬ ତାରିଖ ରାତିରେ ଏକ ଜଏୁଲାରୀ ବ୍ୟବସାୟୀ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ୩ ଜଣ ଡକାୟତ ଭୁଜାଲୀରେ ଆକ୍ରମଣ କରି ସୁନା, ରୁପା ଓ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।

ପୋଲିସ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପକ୍ତୃ ୧୧ ଜଣ ଡକାୟତଙ୍କୁ ଗିରଫ କରିଛି । ଯାଜପୁର ଜିଲ୍ଲା ସମେତ କଟକ, କେନ୍ଦ୍ରାପଡା ଆଦି ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏମାନଙ୍କ ନାଁରେ ଏକାଧିକ ଅପରାଧତ୍କ ମାମଲା । ବିଶେଷ କରି ଏହି ଡକାୟତି ଗ୍ୟାଙ୍କ ଜୁଏଲାରୀ, ସପ୍‌, ପେଟ୍ରୋଲ ପମ୍ପ ଓ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଗୁଡକିୁ ଟାର୍ଗେଟ୍ କରିଥାନ୍ତି ।

ଜିଲ୍ଲା ପୋଲିସକୁ ଏହି ଡକାୟତି ଗ୍ୟାଙ୍ଗକୁ ଠାବ କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡିଥିଲା । ଗିରଫ ପରେ ଡକାୟତମାନଙ୍କୁ ଆଜି କୋର୍ଟ ଚାଲାଣ କରଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.