ପୁରି କିମ୍ବା ପରଟା ସହିତ ନିଅନ୍ତୁ ଚଟପଟା ସ୍ୱାଦର ଧନିଆ ଆଳୁ, ଯିଏ ଖାଇବେ ସିଏ କହିବେ ବାଃ ବାଃ

ଶାରଦୀୟ ଦୁର୍ଗାପୂଜା ଆସିବାକୁ ଯାଉଛି, ଆଉ ମାତ୍ର କେଇଟା ଦିନ ପରେ ମାତାରାଣି ସମର୍ପିତ କରିବେ। ଏହି ଦିନରେ ଭକ୍ତଗଣ ବ୍ରତ-ଉପବାସ କରନ୍ତି। କିନ୍ତୁ ଶରୀରରେ ଏନର୍ଜି ପାଇଁ ବ୍ରତ ସମୟରେ ଫଳାହାର ଗ୍ରହଣ କରାଯାଇଥାଏ। ଆଉ କିଛି ସ୍ପେଶାଲ ଡିସ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ। ଏହାକୁ ଆପଣ ପୁରି କିମ୍ବା ପରଟାରେ ବଡ ଆନନ୍ଦରେ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଆଳୁ – ୨୫୦ ଗ୍ରାମ
  • ଭଜା ଜିରା – ୧/୪ ଚାମଚ
  • ଲେମ୍ବୁ ରସ – ୧ ଛୋଟ ଚାମଚ
  • କଞ୍ଚା ଲଙ୍କା – ୨ଟି
  • ଅଦା – ୧/୨ ଇଞ୍ଚ
  • ବିଟ ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ଧନିଆ ଆଳୁ ବନାଇବା ପାଇଁ ସର୍ବପ୍ରଥମେ ଆପଣ ଆଳୁକୁ ଭଲଭାବରେ ଧୋଇ ଦିଅନ୍ତୁ। ଏହାପରେ ଆଳୁକୁ ସିଝାଇ ଦିଅନ୍ତୁ।
  2. ଆଳୁ ସିଝିଗଲା ପରେ ଏହାକୁ ଥଣ୍ଡା କରିବା ପାଇଁ ରଖିଦିଅନ୍ତୁ। ଯେତେବେଳେ ଆଳୁ ଥଣ୍ଡା ହୋଇଗଲେ ଏହାର ଚୋପା ଛଡାଇ ଛୋଟ ଛୋଟ କରି କାଟି ଦିଅନ୍ତୁ।
  3. ଏବେ ଧନିଆ ପତ୍ର ଏବଂ ପୋଦିନାକୁ ସଫା କରି କାଟି ଦିଅନ୍ତୁ। ଏହାପରେ ଏହାକୁ ଗ୍ରାଇଣ୍ଡିଂ ରେ ଭରି ବିଟ ଲୁଣ, ଜିରା, ଲାଲ କିମ୍ବା
  4. କଞ୍ଚା ଲଙ୍କା ଏବଂ ଗୋଲମରୀଜ ପକାଇ ଚଟଣୀ ବନାଇ ଦିଅନ୍ତୁ।
  5. ଏବେ ଏହି ଚଟଣୀରେ କଟା ହୋଇଥିବା ଆଳୁକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଧନିଆ ଚଟପଟା ଆଳୁ, ଏହାକୁ ଆପଣ ଘରକୁ ଆସିଥିବା ଅତିଥିଙ୍କୁ ଖୁଆଇ ପ୍ରଶଂସା ସାଉଁଟି ପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.