ଚୋରି ହୋଇଗଲା ବସଷ୍ଟପ ! ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା ପୁରସ୍କାର

ବିଭିନ୍ନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟର ଖୁବ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହି ପୋଷ୍ଟର ଟିରେ ଯାହା ଲେଖା ଯାଇଛି ବା ପୋଷ୍ଟର ଟିରେ ଯେଉଁ ଚିତ୍ର ଅଛି ତାକୁ ଦେଖି ଆପଣ ହସି ହସି ନିଶ୍ଚିନ୍ତ ରୂପେ ବେଦମ ହୋଇଯିବେ । ପୋଷ୍ଟର ଟିରେ ଉଲ୍ଲେଖ ଅଛି ପୁନେ ସ୍ଥିତ ଏକ ବସଷ୍ଟପଟି ଚୋରି ହୋଇଯାଇଛି | କେହି ଜଣେ ଦୁବୃତ୍ତ ଏହାକୁ ଚୋରି କରି ନେଇଛନ୍ତି । ଏହାକୁ ଦେଖି ଅନେକେ ତ ମତ ଦେଇଛନ୍ତି ଏଟିଏମ ଚୋରି ହବା ତ ଆମେ ଶୁଣିଥିଲୁ । ହେଲେ ବସଷ୍ଟପ ବି ଚୋରି ହୋଇପାରେ ତାହା ଜମା ବି ବିଶ୍ୱାସ କରାଯାଇପାରୁନାହିଁ । ଏହି ପୋଷ୍ଟର ଟିକୁ ଜଣେ Reddit ୟୁଜର ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ଲେଖିଛନ୍ତି କି , “କେହି ଜଣେ ସମ୍ପୂର୍ଣ୍ଣ ବସଷ୍ଟପ ଟିକୁ ଚୋରାଇ ନେଇଛନ୍ତି । ଦେବକୀ ପ୍ୟାଲେସ ସ୍ଥିତ ବିଟି କବାଡିରେ ଥିବା ବସଷ୍ଟପ ଟିକୁ କିଏ ଚୋରି କରିନେଇଛି । ଆଉ ମଧ୍ୟ ଲେଖାଯାଇଛିକି ପୁଣେ ମହାନଗର ପରିବହନ ଅଧୀନରେ ହିଁ ଏହି ଷ୍ଟପଟି ଆସୁଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପୋଷ୍ଟରରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି, ଯଦି କେହି ଏହା ବାବଦରେ ତଥ୍ୟ ଦେବେ , ତାଙ୍କୁ ପୁରସ୍କାର ବାବଦରେ ୫ ହଜାର ଟଙ୍କା ଦିଆଯିବ । କିଛି ଜଣ ଏହାକୁ ଥଟାରେ ନେଉଥିବା ବେଳେ କିଛି ଜଣ ଏହାକୁ ଏକ ପ୍ରକୃତ ଚୋରି ମାମଲା ଭାବରେ ଧରି ନେଇଛନ୍ତି ।ଅବଶ୍ୟ ଏପରି ଘଟଣା ନୁଆଁ ନୁହେଁ । ଦୁଇ ବର୍ଷ ତଳେ ଏକ ପୋଲିସ ଷ୍ଟେସନ ଚୋରି ହୋଇଯାଇଥିବା ନେଇ ଏକ ଖବରକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.