IIM ରେ ଖାଲି ପଡ଼ିଛି ଏକାଧିକ ପ୍ରଫେସର ପଦବୀ, ଦରମା ୧.୪୦ ଲକ୍ଷ ଟଙ୍କା

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ ଏକାଧିକ ପ୍ରଫେସର ପଦବୀ ଖାଲି ପଡ଼ିଛି। ଇଚ୍ଛୁକ ପ୍ରାର୍ଥୀ ଏହି ପଦ ପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆଇଆଇଏମ୍‌ ବିଶାଖପାଟନାମ୍‌ରେ ଏହି ପଦବୀ ଖାଲିଥିବା ବେଳେ ଆବେଦନ ପାଇଁ ଶେଷ ତାରିଖ ଆଜି ଅର୍ଥାତ୍‌ ଅକ୍ଟୋବର ୧୭ ରହିଛି। ଆସନ୍ତୁ ଜାଣିବା ଏହି ପଦ ପାଇଁ କେମିତି କରିବେ ଆବେଦନ…

ଆବେଦନର ଶେଷ ତାରିଖ: ୧୭ ଅକ୍ଟୋବର

ପଦ ବିବରଣୀ: ଆସିଷ୍ଟାଣ୍ଟ ପ୍ରଫେରସ ସମେତ କେତେକ ଅନ୍ୟ ପଦ

ଦରମା: ୭୦,୦୦୦ରୁ ୧,୪୦,୦୦୦ ଟଙ୍କା ମାସିକ

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀଙ୍କ ପାଖରେ ପିଏଚ୍‌ଡିର ଡିଗ୍ରୀ ଥିବା ଆବଶ୍ୟକ। ଏଥିସହ ଯେକୌଣସି ଆଇଆଇଟି, ଆଇଆଇଏସ୍‌ସି ଭଳି ବିଶ୍ୱବିଦ୍ୟାଳୟର ଅନୁଭବ ଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା: ଏଥିପାଇଁ ଆଇଆଇଏମ୍‌ ବିଶାଖାପାଟନାମ୍‌ର ଅଫିସିଆଲ ୱେବ୍‌ସାଇଟ୍‌ https://www.iimv.ac.in/careers କୁ ଯାଇ ଆବେଦନ କରିପାରିବେ। ନଚେତ୍‌ ଅଫ୍‌ଲାଇନ୍‌ ବି ଆବେଦନ କରିପାରିବେ।

ଆବେଦନ ଶୁଳ୍କ: ଏହି ପଦ ପାଇଁ ଆବେଦନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.