ନିଖୋଜ ହୋଇଥିବା ଟ୍ରକରେ ହେଉଥିଲା ଗଞ୍ଜେଇ ଚାଲଣ, ରାୟଗଡା ପୋଲିସ କଲା ଅଟକ, ଜବତ ହେଲା ୧୧ ଶହ କ୍ବିଣ୍ଟାଲ ଗଞ୍ଜେଇ

ରାୟଗଡା(କେନ୍ୟୁଜ୍): ରାୟଗଡା ସହରର ଜେସକୋ ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ ଟ୍ରକ୍କୁ ଜବତ କରିଛି ଟାଉନ୍ ଥାନା ପୋଲିସ । ଗତକାଲି ସକାଳୁ ଏହି ଟ୍ରକ୍କୁ ଜବତ କରାଯାଇଛି । ଟ୍ରକ୍ ମଧ୍ୟରୁ ୪୫ଟି ଜରି ବ୍ୟାଗରେ ଥିବା ୧୧୧୪ କେଜି ଗଞ୍ଜେଇକୁ ପୋଲିସ ଜବତ କରିଛି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଅନିଲ୍ ଯାଦବ ଫେରାର୍ ହୋଇଯାଇଛି ।

ganja

ଟ୍ରକଟି ମହାରାଷ୍ଟ୍ର ରାଜ୍ୟର ହୋଇଥିବା ବେଳେ କିଛି ଦିନ ହେବ ଟ୍ରକଟି  ନିଖୋଜ୍ ଥିବା ନେଇ ମାଲିକ ଅଖିଲ୍ ବିକାନ ପିଞ୍ଜାରୀ ଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗକୁ ଆଧାର କରି ପୋଲିସ ଟ୍ରାକ୍ କରିବା ପରେ ରାୟଗଡା ସହରର ଜେସକୋ ଅଞ୍ଚଳରୁ ଟ୍ରକଟି ଠାବ ହୋଇଥିଲା । ତେବେ ଗଞ୍ଜେଇ ବୋଝେଇ ଟ୍ରକଟି ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ଜଣାପଡିଛି । ରାୟଗଡା ଟାଉନ୍ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.