Below header

ସକାଳେ ୧୭୩ ଆକ୍ରାନ୍ତ ଚିହ୍ନଟ, ଅପରାହ୍ନରେ ୧୧୨ ସୁସ୍ଥ, ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ

କେନ୍ୟୁଜ୍ (ବ୍ୟୁରୋ): ପୁଣି ରାଜ୍ୟରେ ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ । ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଏମାନଙ୍କ ମଧ୍ୟରେ ଅଛନ୍ତି :-

କେନ୍ଦ୍ରାପଡାର ୩୩
ବଲାଙ୍ଗିରର ୧୬
ଯାଜପୁରର ୧୧
ସୁନ୍ଦରଗଡର ୧୦
ଜଗତସିଂହପୁରର ୮
ଗଞ୍ଜାମ ଓ ଖୋର୍ଦ୍ଧାର ୭ ଜଣ ଲଖାଏଁ ସୁସ୍ଥ
କଟକ ଓ ସୋନପୁରରୁ ୪ ଜଣ ଲଖାଏଁ ସୁସ୍ଥ
ବାଲେଶ୍ବର, ପୁରୀ, ସମ୍ବଲପୁରରୁ ୩ଜଣ ଲଖାଏଁ ସୁସ୍ଥ
ନୟାଗଡରୁ ୨ ଜଣ
ମୟୂରଭଞ୍ଜରୁ ଜଣେ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ ବିଭାଗ ଟ୍ବିଟ କରି ସୂଚନା ଦେଇଛି। ଏହି ସୁସ୍ଥମାନଙ୍କୁ ମିଶାଇ ଓଡିଶାରେ ସୁସ୍ଥ ସଂଖ୍ୟା ୧୭୧୬ରେ ପହଞ୍ଚିଛି।

 

ସେହିଭଳି ମଧ୍ୟାହ୍ନରେ ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୧୭୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ, ୨୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.