ଦାଉଦ୍‌ ଇବ୍ରାହିମର କରୋନା ସଂକ୍ରମଣରେ ମୃତ୍ୟୁ ନେଇ ଚର୍ଚ୍ଚା, ଖବରର ସତ୍ୟତା ନେଇ ଚାଲିଛି ତଦନ୍ତ

ଇସ୍‌ଲାମ୍‌ବାଦ : ଅଣ୍ଡରଓ୍ଵାଲ୍ଡ ଡନ୍‌ ତଥା ସବୁ କଳା କାରନାମାର ବାଦ୍‌ଶାହା ଦାଉଦ୍‌ ଇବ୍ରାହିମ୍‌ର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଚର୍ଚ୍ଚା ଚାଲିଛି । ଖବର ମିଳିଛି କି ଦାଉଦ୍‌ ଓ ତା’ର ପତ୍ନୀ କରୋନାରେ ସଂକ୍ରମଣ ହେବା ପରେ ତାଙ୍କୁ କରାଚି ସ୍ଥିତ ଆର୍ମି ହସ୍‌ପିଟାଲ ଭର୍ତ୍ତି କରାଯାଇଥିଲା । ଦାଉଦ୍‌ ଇବ୍ରାହିମ୍‌ର କରୋନା ସଂକ୍ରମଣରେ ମୃତ୍ୟୁ ହୋଇ ଯାଇଛି  ।

doowd-2

ଶୁକ୍ରବାର ଗୁଇନ୍ଦା ବିଭାଗ ଏହି ଖବର ପ୍ରଥମେ ପ୍ରକାଶ କରିଥିଲା । ଦାଉଦ୍‌ର ପର୍ସନାଲ୍‌ ଷ୍ଟାଫ୍‌ ଓ ଗାଇଡ୍‌ଙ୍କୁ ମଧ୍ୟ କ୍ୱାରାଣ୍ଟାଇନରେ ରଖାଯାଇଥିବା ଖବର ମିଳିଛି । ଏହି ଖବରକୁ କୈାଣସି ଏଜେନ୍ସି ସ୍ପଷ୍ଟ କରି ନଥିଲେ ମଧ୍ୟ ଦାଉଦ୍‌ର ମୃତ୍ୟୁ ନେଇ କିଛି ସତ୍ୟତା ଥିବା ଆଶା କରାଯାଉଛି ।

ତେବ ଦାଉଦ୍‌ର ଭାଇ ଅନିସ୍‌ ଇବ୍ରାହିମ୍‌ ଦାଉଦ୍‌ର କରୋନା ସଂକ୍ରମଣ ଖବରକୁ ଖାରଜ କରିଦେଇଛନ୍ତି । ଭାଇ ସମେତ ପରିବାର ସୁସ୍ଥ ଅଛନ୍ତି ଓ କାହାକୁ କରୋନା ହୋଇନାହିଁ ବୋଲି ଅନିସ୍‌ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.