Below header

ଚୀନ ବିରୋଧୀ କାର୍ଟୁନ ସେୟାର କରିବା ନେଇ ଅମୁଲ ଇଣ୍ଡିଆ ଆକାଉଣ୍ଟକୁ ବ୍ଲକ କଲା Twitter

ଅମୁଲ କମ୍ପାନୀର ପ୍ରଡକ୍ଟକୁ ନେଇ ଯେତିକି ଚର୍ଚ୍ଚା ହୁଏ, ତାହାଠୁ ଅଧିକ ଚର୍ଚ୍ଚା ତାର କାର୍ଟୁନକୁ ନେଇ ହୁଏ । ଅମୁଲ ସାଧାରଣତଃ ବିଭିନ୍ନ ଦେଶ-ଦୁନିଆରେ ଘଟୁଥିବା ବିଭିନ୍ନ ଘଟଣାକୁ ନେଇ କାର୍ଟୁନ ପ୍ରସ୍ତୁତ କରିଥାଏ । ଏହି ନିକଟରେ ଅମୁଲ କମ୍ପାନୀ ଦ୍ୱାରା ପ୍ରସ୍ତୁତ କାର୍ଟୁନକୁ ନେଇ ତାହାର ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରି ଦେଇଥିଲେ ଟ୍ୱିଟର । କିନ୍ତୁ ପରେ କମ୍ପାନୀର ଆକାଉଣ୍ଟକୁ ପୁଣି ଥରେ ଖୋଲା ଯାଇଛି । କହିରଖିବା ଉଚିତ ହେବକି, ଅମୁଲ ଇଣ୍ଡିଆ କମ୍ପାନୀ ଲଗାତାର ଭାବେ ଚୀନ ବିରୋଧୀ କାର୍ଟୁନ ପ୍ରସ୍ତୁତ କରି ପ୍ରଚାର କରି ଆସୁଥିଲା । ନିକଟରେ ହିଁ କମ୍ପାନୀ ନିଜର ଏକ କ୍ରିଏଟିଭ କ୍ୟାମ୍ପେନ “Exit  the Dragon” ଆରମ୍ଭ କରିଥିଲା । ଯାହାର ମୂଳ ଲକ୍ଷ ଭାରତୀୟ ବଜାରରୁ ଚୀନ ପ୍ରସ୍ତୁତ ପଦାର୍ଥ ଗୁଡିକୁ ବହିଷ୍କାର କରିବା ଥିଲା ।

amul

ଏଥିରେ ଧଳା ଓ ଲାଲୀ ଡ୍ରେସ ପିନ୍ଧିଥିବା ଏକ ଅମୁଲ ଗାର୍ଲ ଦେଶକୁ ଡ୍ରାଗନ ଦାଉରୁ ରକ୍ଷା କରିବା ନେଇ ପ୍ରଚାର କରୁଛି । ଯାହା ପରେ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି କାର୍ଟୁନକୁ ନେଇ ହିଁ ଟ୍ୱିଟର କମ୍ପାନୀ ଅମୁଲ ଇଣ୍ଡିଆର ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିଦେଇଥିଲା । ବ୍ଲକ କରିବା ପୂର୍ବରୁ ଅମୁଲ ଇଣ୍ଡିଆ କମ୍ପାନୀକୁ ଟ୍ୱିଟର ତରଫରୁ କୌଣସି ପ୍ରକାର ଆଧିକାରିକ ସୂଚନା ଦିଆ ଯାଇନଥିଲା ।  ଆକାଉଣ୍ଟ ବ୍ଲକ ହେବା ପରେ ଟ୍ୱିଟରରେ ଏକ ପ୍ରକାର ହଇ ଚଇ ସୃଷ୍ଟି ହୋଇଯିବା ସହ ଅମୁଲକୁ ମଧ୍ୟ ଟ୍ରେଣ୍ଡ କରା ଯାଇଥିଲା । ଅନ୍ୟ ପକ୍ଷରେ , ଗୁଗୁଲ କମ୍ପାନୀ ନିଜ ପ୍ଲେ ଷ୍ଟୋରରୁ Mitron ଓ Remove china App କୁ ଡିଲିଟ କରାଯାଇଥିଲା ।

କହିରଖିବା ଉଚିତ ହେବକି, ଭାରତରେ ଚୀନ ପ୍ରସ୍ତୁତ ଆପ ଦାଉରୁ ମୁକ୍ତ କରିବା ପାଇଁ ହିଁ ଏହି ଦୁଇ ଆପ ଲଞ୍ଚ କରା ଯାଇଥିଲା । ଯାହାକି ଖୁବ ଅଳ୍ପ ସମୟ ଭିତରେ ବିପୁଳ ଲୋକପ୍ରିୟତା ହାସଲ କରିଥିଲା ଅନ୍ୟ ପକ୍ଷରେ, ଗୁଗୁଲ କମ୍ପାନୀ ନିଜ ପ୍ଲେ ଷ୍ଟୋରରୁ ମିତ୍ରୋଂ ଓ ରେମୋବେ ଚୀନ ଆପକୁ ଡିଲିଟ କରାଯାଇଥିଲା । କହିରଖିବା ଉଚିତ ହେବକି ଭାରତରେ ଚୀନ ପ୍ରସ୍ତୁତ ଆପ ଦାଉରୁ ମୁକ୍ତ କରିବା ପାଇଁ ହିଁ ଏହି ଦୁଇ ଆପ ଲଞ୍ଚ କରା ଯାଇଥିଲା । ଯାହାକି ଖୁବ ଅଳ୍ପ ସମୟ ଭିତରେ ବିପୁଳ ଲୋକପ୍ରିୟତା ହାସଲ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.