ପୁରୀ ଭଙ୍ଗାରୁଜା ଘଟଣାରେ କାର୍ଯ୍ଯାନୁଷ୍ଠାନ ଆରମ୍ଭ, ୧୧ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ

ପୁରୀ(କେନ୍ଯୁଜ୍) : ପୁରୀରେ ବନ୍ଦ ପାଳନ ବେଳେ ବ୍ୟାପକ ହିଂସାକାଣ୍ଡ ଘଟଣାରେ ୧୧ ଜଣ ଗିରଫ ହୋଇଛନ୍ତି । ଜାମିନ ଆବେଦନ ଖାରଜ ପରେ ସେମାନଙ୍କୁ ପୁରୀ ଜେଲକୁ ପଠାଇ ଦିଆଯାଇଛି । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଗତ ବୁଧବାର ଦିନ ପୁରୀରେ ବନ୍ଦ ପାଳନ ବେଳେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ ଉତ୍ତ୍ୟକ୍ତ ଲୋକ । ଏନେଇ ଟାଉନ ଥାନାରେ ମାମଲା ରୁଜୁ କରାଯାଇଥିଲା । ଗତକାଲି  ପୁରୀରେ ପହଞ୍ଚି ଭଙ୍ଗାରୁଜା ଘଟଣାର ସମୀକ୍ଷା କରିଥିଲେ ପୋଲିସ ଡିଜି ଆରପି ଶର୍ମା ।

puri2ହିଂସାକାଣ୍ଡ ବେଳର ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ସିସିଟିଭି ଫୁଟେଜ ଯାଞ୍ଚ ପରେ ୧୧ଜଣଙ୍କୁ ଗିରଫ କରିଥିଲା ପୋଲିସ ।  ଡାକ୍ତରଖାନାରେ  ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁରୀ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଜାମିନ ଆବେଦନ କରିବାରୁ ସେମାନଙ୍କୁ ପୁରୀ ଜେଲକୁ ପଠାଇ ଦିଆଯାଇଛି । ପୁରୀରେ ଏବେ ପରିସ୍ଥିତି ଏବେ ସ୍ୱାଭାବିକ ରହିଛି ।

Leave A Reply

Your email address will not be published.