Below header

ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଖୋଲିବା ଦାବିରେ ଆଜି ୧୨ଘଣ୍ଟିଆ ଉଲୁଣ୍ଡା ବନ୍ଦ

ସୁବର୍ଣ୍ଣପୁର : ୧୨ଘଣ୍ଟିଆ ଉଲୁଣ୍ଡା ବନ୍ଦ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଖୋଲିବା ଦାବିରେ ବନ୍ଦ ଡାକରା ଦିଆଯାଇଛି। ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ତହସିଲ ସମ୍ମୁଖରେ ଗତ ଏକ ସପ୍ତାହ ହେବ ଗଣଧାରଣା ଦିଆଯାଉଥିଲା । ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ମଞ୍ଚ ।

ଫଳରେ ସୋନପୁର ସମ୍ବଲପୁର ରାସ୍ତାରେ ଉଲୁଣ୍ଡା ଦେଇ ଗାଡି ଚଳାଚଳ ମଧ୍ୟ ସଂମୂର୍ଣ୍ଣ ବନ୍ଦ କରାଯାଇଛି । ସମସ୍ତ ଦୋକାନ ବଜାର, ସରକାରୀ, ବେସରକାରୀ ପ୍ରତିଷ୍ଠାନ ଓ ବ୍ୟାଙ୍କ ଏହାକୁ ସମର୍ଥନ ଜଣାଇ ବନ୍ଦ ରଖାଯାଇଛି । ଶୀଘ୍ର ଦାବୀ ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବା ନେଇ ଚେତାବନୀ ଦେଇଛି ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.