ସହଯୋଗୀ ସହ ମିଶି ଯୁବତୀଙ୍କୁ ଅପହରଣ କରି ନେଲା ବିବାହିତ ଯୁବକ, ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଚାନ୍ଦବାଲି ପୋଲିସର ତଦନ୍ତ ଆରମ୍ଭ

ଚାନ୍ଦବାଲି: ଦୁଇଟି ବାହା ହୋଇକି ବି ମନ ବୁଝିଲାନି । ପୁଣି ଜଣେ ୨୫ବର୍ଷର ଯୁବତୀକୁ ନିଜ ସହଯୋଗୀଙ୍କ ସହ ମିଶି ଜୋର ଜବରଦସ୍ତ ଟେକିନେଇଛି ଜଣେ ବିବାହିତ ଯୁବକ । ଏମିତି ଅଭିଯୋଗ ଆସିଛି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭୂଇଁବୃତି ପଂଚାୟତର ପୁରୋସ୍ତମପୁର ଗାଁରୁ। ‌ଅଭିଯୁକ୍ତ ଜଣକ ଭୂଇଁବୃତି ପଂଚାୟତର ନୂଆଗାଁ ଗାଁର ଶଶି ଦାସ ବୋଲି ଅଭିଯୋଗ କରିଛନ୍ତି ଯୁବତୀର ଭାଉଜ ।

ଯୁବକ ଜଣଙ୍କ ପୂର୍ବରୁ ୨ଜଣକୁ ବିବାହ କରିଛନ୍ତି । ତେବେ ଯୁବତୀର ଭାଉଜ ଚାନ୍ଦବାଲି ଥାନାରେ କରିଥିବା ଲିଖିତ ‌ଅଭିଯୋଗ ଅନୁସାରେ , ସେ ଆଉ ତାଙ୍କ ନଣନ୍ଦ ୨୧ତାରିଖ ସଂନ୍ଧ୍ୟା ସମୟରେ ତାଙ୍କ ଘର ପୁରୁସୋସ୍ତମପୁର ଠାରୁ କିଛି ଦୂରକୁ ଶୈାଚ ହେବାକୁ ଯାଇଥିଲେ। ହେଲେ ହଠାତ୍ ଏକ ବୋଲେର ଗାଡିରେ ଶଶି ଦାସ ଓ ତାର ସହେଯୋଗୀ ଆସି ଯୁବତୀକୁ ଜୋର ଜବରଦସ୍ତ ଟେକି ନେଇଥିଲେ । ଏହାକୁ ଭାଉଜ ମମତା ବିରୋଧ କରିବାରୁ ତାଙ୍କୁ ମରାଧରା କରିଥିବା ଅଭିଯୋଗ ହୋଇଛି ।

ତେବେ ପୂର୍ବରୁ ମଧ୍ଯ ଅଭିଯୁକ୍ତ ଜଣକ ବହୁ ହଇରାଣ କରିଆସୁଥିଲା ଏହି ପରିବାରକୁ । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ରାଗ ଶୁଝାଇବାକୁ ଯାଇ, ମନ୍ଦ ଉଦ୍ଦେଶ୍ୟ ରଖି ଯୁବତୀକୁ ଅପହରଣ କରିନେଇଥିବା କହିଛନ୍ତି ଯୁବତୀର ଭାଇ । ୨ଦିନ ହେଲା ଯୁବତୀଙ୍କୁ ଅପହରଣ କରାଯାଇଥିବାବେଳେ, ଏଯାଏ ଯୁବତୀର କୌଣସି ଖୋଜଖବର ମିଳୁନାହିଁ । ତେଣୁ ଭୟଭୀତ ହୋଇପଡିଛନ୍ତି ପରିବାରକ ଲୋକେ । ଅପହରଣ କରିଥିବା ବ୍ୟକ୍ତି ୨ଟା ବାହା ହୋଇଥିବା ବେଳେ ତାର ଝିଅ ମଧ୍ଯ ଅଛି । ତେବେ ଏ ନେଇ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.