Below header

‘ଇଣ୍ଡିଆଜ୍ ବେଷ୍ଟ ଡ୍ଯାନ୍ସର’ ଟ୍ରଫି ଜିତିଲେ ଟାଇଗର ପପ୍, ମିଳିଲା ଏସୟୁଭି ଏବଂ ୧୫ ଲକ୍ଷ ଟଙ୍କା

ଲୋକପ୍ରିୟ ଡ୍ଯାନ୍ସ ରିଆଲିଟି ଶୋ ‘ଇଣ୍ଡିଆଜ ବେଷ୍ଟ ଡ୍ଯାନ୍ସର’ ର ବିଜେତା ହୋଇଛନ୍ତି ଟାଇଗର ପପ୍। ଗତକାଲି ହୋଇଥିବା ଫାଇନାଲ ରାଉଣ୍ଡରେ ଅନ୍ଯ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟ୍ରଫି ନିଜ ନାମରେ କରିଛନ୍ତି ଟାଇଗର। ଏହାସହିତ ପୁରସ୍କାର ରାଶି ବାବଦରେ ୧୫ ଲକ୍ଷ ଟଙ୍କା ଏବଂ ଏକ SUV ଜିତିଛନ୍ତି।

ଟାଇଗରଙ୍କ ପ୍ରକୃତ ନାମ ହେଉଛି ଅଜୟ ସିଂ। କେବଳ ଟାଇଗର ନୁହେଁ ଶୋ’ରେ ଟାଇଗରଙ୍କ କୋରିଓଗ୍ରାଫର ଥିବା ବର୍ତ୍ତିକା ଝାଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଛି। ଟାଇଗର ଟାଇଟଲ ହାସଲ କରିବା ସହିତ ମାରୁତି ସୁଜୁକି ଭିସ୍ତାରା ବ୍ରିଜା କାର ପାଇଛନ୍ତି । ଶୋ’ ର ଫାଇନାଲ ରାଉଣ୍ଡରେ ଅନ୍ଯ ଚାରିଜଣ ପ୍ରତିଯୋଗୀ ମୁକୁଲ ଜୈନ, ସୁଭ୍ରନିଲ ପଲ, ଶ୍ବେତା ୱାରିଅର ଏବଂ ପରମଦୀପ ମଧ୍ୟ ରହିଥିଲେ। ପ୍ରତିଯୋଗିତାରେ ମୁକୁଲ ଦ୍ବିତୀୟ ସ୍ଥାନ ଏବଂ ଶ୍ବେତା ତ୍ତୀୟ ସ୍ଥାନ ହାସଲ କରିଥିଲେ।


ଟାଇଗରଙ୍କ ଘର ଗୁରୁଗାଓଁରେ। ସେ ନିଜର ବିଜୟ ଶ୍ରେୟ ମା’ଙ୍କୁ ଦେଇଛନ୍ତି। ଏହି ଶୋ’ରେ ଟାଇଗରଙ୍କ ପପିଂ ଡ୍ଯାନ୍ସ ଫର୍ମ ସମସ୍ତଙ୍କ ମନ ଜିଣିନେଇଥିଲା। ଶୋ’କୁ ମଲାଇକା ଆରୋରା, ଗୀତା କପୁର ଏବଂ ଟେରେନ୍ସ ଲୁଇସ ହୋଷ୍ଟ କରୁଥିଲେ। ଏହି ଶୋ’ର ହୋଷ୍ଟ ଥିଲେ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା। ଯିଏ ଏବେ ଡ୍ରଗ୍ସ କେସରେ ଫସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.